www.samajalive.in
Wednesday, December 10, 2025
18.1 C
Bhubaneswar

କନ୍ଧମାଳରେ ଭାରତ ବନ୍ଦ ଡ଼ାକରା; ଫୁଲବାଣୀରେ ସଂପୂର୍ଣ୍ଣ ସଫଳ

ଫୁଲବାଣୀ/କ.ନୂଆଗାଁ: କେନ୍ଦ୍ର ସରକାରଙ୍କ ଶ୍ରମିକ, କୃଷକ ଓ ଜନ ବିରୋଧି ନୀତି ବିରୁଦ୍ଧରେ ଦିଆଯାଇଥିବା ଭାରତ ବନ୍ଦ ଡ଼ାକରା କନ୍ଧମାଳ ଜିଲାରେ ଆଂଶିକ ସଫଳ ହୋଇଥିବା ବେଳେ ଜିଲାର ଫୁଲବାଣୀ, ଫିରିଙ୍ଗିଆ, କ.ନୂଆଗାଁ ଆଦି ବ୍ଳକରେ ସଂପୂର୍ଣ୍ଣଭାବେ ସଫଳ ହୋଇଛି। ଫୁଲବାଣୀଠାରେ ଶ୍ରମିକ ନେତା ଘନ କୁମାର ଶବରଙ୍କ ନେତୃତ୍ୱରେ ଜିଲା କଂଗ୍ରେସ ସଭାପତି ଅନାମ ନାୟକ, ଜିଲା ଯୁବକ ସଂଗ୍ରେସ ସଭାପତି ବସନ୍ତ ପାଢୀ, ଶ୍ରମିକ ସଂଘର ସାଧାରଣ ସଂପାଦକ ପ୍ରଫୁଲ ବେହେରା ପ୍ରମୁଖଙ୍କ ନେତୃତ୍ୱରେ ବଳଦେବ ବେହେରା, ହେମନ୍ତ କର, ମନୋଜ ସାହାଣୀ, ପିଣ୍ଟୁ ଦିଗାଲ, ଶିବ ଶଙ୍କର ବେହେରା, ଗୌର ବେହେରା, ଗଜେନ୍ଦ୍ର କହଁର, ମୃତ୍ୟୁଞ୍ଜୟ ପ୍ରଧାନ, ସୌମ୍ୟ ରଂଜନ ନାୟକ, ରାଧାକାନ୍ତ ଦିଗାଲ, ସୁଦମା ବେହେରା, ବସନ୍ତ ଦିଗାଲ, ଦିପକ ବେହେରା, ଶଂସାର ଭୋଇ, ରବି ସଡ଼ଙ୍ଗୀ ଓ ଅନ୍ୟମାନେ ଏଥିରେ ସାମିଲ୍‍ ହୋଇ ମଟର ସାଇକଲ ଦ୍ୱାରା ଦ୍ୱାରା ବିଭିନ୍ନ ବଜାର ଓ କାର୍ଯ୍ୟାଳୟ ବୁଲି ବୁଲି ବନ୍ଦ କରିଥିଲେ। ବନ୍ଦ ଡ଼ାକରା ଯୋଗୁଁ ଫୁଲବାଣୀ ସହରର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ, ବ୍ୟାଙ୍କ, ପୋଷ୍ଟ ଅଫିସ୍‍ ଭଳି ବହୁ ସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଥିଲା। ପୁଲିସ୍‍ ପ୍ରଶାସନ ପକ୍ଷରୁ ମଧ୍ୟ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଥିଲା। ସେହିଭଳି କ.ନୂଆଗାଁ ବ୍ଳକରେ ମଧ୍ୟ ଏହି ବନ୍ଦ ସଫଳ ହୋଇଛି। ରାଷ୍ଟ୍ରିୟ ମଜଦୁର କଂଗ୍ରେସ ସଭାପତି ଏସ୍‍.ଏସ୍‍. ସମୀରୁଦ୍ଧିନ୍‍ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବନ୍ଦ ପାଳନକୁ କଂଗ୍ରେସ ସମେତ ବିିଭିନ୍ନ ସଂଗଠନ ସମର୍ଥନ କରିଥିବା ବେଳେ ସମସ୍ତ ବ୍ୟାଙ୍କ ଓ ସରକାରୀ କାର୍ଯ୍ୟାଳୟ ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଥିଲା। କଂଗ୍ରେସ ସଭାପତି ଜୀତେନ୍ଦ୍ର କୁମାର ଦିଗାଲ, ପ୍ରଫୁଲ ଦାସ, ଦିଲିପ କୁମାର ପରିଛା, ମାର୍କ ବଳିଆରସିଂ, ଧନେଶ୍ୱର ମଲିକ ଓ ବହୁ କର୍ମୀ ଏଥିରେ ସାମିଲ୍‍ ହୋଇଥିଲେ। ସେହିଭଳ ଜିଲାର ଫିରିଙ୍ଗିଆ ବ୍ଳକରେ ବନ୍ଦର ପ୍ରଭାବ ପଡ଼ିଥିବା ବେଳେ ଜିଲାର ଅନ୍ୟ ବ୍ଳକମାନଙ୍କରେ ବନ୍ଦର ସେଭଳି ଭାବେ ପ୍ରଭାବ ପଡ଼ି ନ ଥିବା ଖବର ହସ୍ତଗତ ହୋଇଛି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories