www.samajalive.in
Saturday, December 13, 2025
26.1 C
Bhubaneswar

ଖୁବ ଶୀଘ୍ର ମୁକ୍ତିଲାଭ କରିବ ‘କେମିତି ପ୍ରେମ’

ଭୁବନେଶ୍ବର : ଖୁବ ଶୀଘ୍ର ପରଦାରେ ନଜର ଆସିବ ଓଡ଼ିଆ ଚଳଚ୍ଚିତ୍ର ‘କେମିତି ପ୍ରେମ’ ।  ଏନେଇ ଫିଲ୍ମ ନିର୍ମାତା ସୂଚନା ଦେଇଛନ୍ତି । ତେବେ ଫିଲ୍ମ କେବେ ମୁକ୍ତିଲାଭ କରିବ ସେନେଇ ଖୁଲାସା କରିନାହାଁନ୍ତି ନିର୍ମାତା । ‘କେମିତି ପ୍ରେମ’ରେ ନିଆରା ପ୍ରେମ କାହାଣୀ ଦେଖିବାକୁ ମିଳିବ । ଫିଲ୍ମଟି ସବୁ ବର୍ଗର ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ଟିମ୍ କହିଛି । ‘ମା ଧନଲକ୍ଷ୍ମୀ ପ୍ରଡକ୍ସନ’ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରରେ ଧୀରେନ୍ଦ୍ର ତ୍ରିପାଠୀ ପ୍ରଯୋଜକ ଥିବାବେଳେ ନିଜେ ହିରୋ ରୂପେ ନଜର ଆସିବେ । ଖଳନାୟକ ରୂପେ କଳାକାର ରାବଣ ନଜର ଆସିବେ ।

ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଆନନ୍ଦ କୁମାର । କହିରଖୁଛୁ ପୂର୍ବରୁ ଅନେକ ମ୍ୟୁଜିକ ଭିଡିଓ ଓ ଫିଲ୍ମ କରିସାରିଛନ୍ତି ଆନନ୍ଦ । ସିନେମାର କାହାଣୀ ଲେଖିଛନ୍ତି ଆଶୁତୋଷ ବାରିକ । ନାୟିକା ରୂପେ ନଜର ଆସିବେ ପ୍ରିୟଙ୍କା ସାହୁ । ପୂର୍ବରୁ ୮ଟି ଫିଲ୍ମରେ ହିରୋଇନ୍ ଭାବେ ଦର୍ଶକଙ୍କ ହୃଦୟ ଜିତିଛନ୍ତି ପ୍ରିୟଙ୍କା । ସହ କଳାକାର ରୂପେ ରାକେଶ ଦେଓ, ପ୍ରିୟଙ୍କା ପାଣିଗ୍ରାହୀ, ଗୁଡୁ, ମିତା ଚକ୍ରବର୍ତ୍ତୀ, କୁସୁମ ତ୍ରିପାଠୀ, ଲଲାଟେନ୍ଦୁ, ସୁଶାନ୍ତ ସୁସୁ, ଟୁନା ଟନ୍ ଟନ୍, ମହେଶ ରାଓ, ଶୁଭଶ୍ରୀ, ନିହାର ରଞ୍ଜନ ମିଶ୍ର ନଜର ଆସିବେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories