www.samajalive.in
Sunday, December 7, 2025
26.1 C
Bhubaneswar

ମେଲାନିଆ ଟ୍ରମ୍ପଙ୍କ କାର୍ଯ୍ୟକ୍ରମରୁ କଟିଲା କେଜରିୱାଲ, ସିଶୋଦିଆଙ୍କ ନାମ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗସ୍ତ ସମୟରେ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ଭାରତ ଆସିବେ। ଏହି ଅବସରରେ ଫେବୃୟାରୀ ୨୫ ତାରିଖରେ ଦିଲ୍ଲୀର ସରକାରୀ ସ୍କୁଲରେ ମେଲାନିଆଙ୍କୁ ସ୍ବାଗତ କରାଯିବ। ମେଲାନିଆ ସ୍କୁଲରେ ପିଲାମାନଙ୍କ ସହିତ କିଛି ସମୟ କାଟିବା ସହିତ ଭାବ ବିନିମୟ କରିବେ। ତେଣୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଉପମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିଆ ମେଲାନିଆଙ୍କୁ ସ୍ବାଗତ କରିବେ ବୋଲି ଧାର୍ଯ୍ୟ ହୋଇଥିଲା। କିନ୍ତୁ ଶନିବାର ଏହି କାର୍ଯ୍ୟକ୍ରମରୁ କେଜ୍ରିୱାଲ ଏବଂ ସିଶୋଦିଆଙ୍କ ନାମକୁ ବାଦ୍‌ ଦିଆଯାଇଛି। ଏହା ଜଣାପଡ଼ିବା ପରେ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ଶିବିରରେ ଅସନ୍ତୋଷ ସୃଷ୍ଟି କରିଛି। ଏହା ପଛରେ ବିଜେପିର ହାତ ରହିଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। କିନ୍ତୁ ବିଜେପି ଏ ନେଇ ସ୍ପଷ୍ଟୀକରଣ ଦେବା ସହିତ ଏଥିରୁ ନିଜକୁ ଦୂରେଇ ରଖିଛି।

ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ, ଗୁରୁତ୍ଵପୂର୍ଣ୍ଣ ସମୟରେ ଛୋଟ ରାଜନୀତି କରାଯିବା ଉଚିତ ନୁହେଁ। କାର୍ଯ୍ୟକ୍ରମରେ କିଏ ଯୋଗଦେବେ ତାହା ଭାରତ ସରକାର ଆମେରିକାକୁ ପରାମର୍ଶ ଦେଇ ନ ଥାନ୍ତି। ତେଣୁ ଏଥିପାଇଁ ଆମେ ଏହି ତୁ-ତୁ ମେ-ମେ ଭିତରେ ପଡ଼ିବାକୁ ଚାହୁଁନାହୁଁ।

- Advertisement -

ଉପମୁଖ୍ୟମନ୍ତ୍ରୀ ସିଶୋଦିଆ ପ୍ରତ୍ୟକ୍ଷ ରୂପରେ ନ ହେଲେ ବି ପରୋକ୍ଷ ଭାବେ ଟ୍ବିଟ୍‌ ଜରିଆରେ କହିଛନ୍ତି ଯେ, ହାପିନେସ୍‌ କ୍ଲାସ ସବୁ ଘୃଣା ଏବଂ ଛୋଟ ମାନସିକତାର ସମାଧାନ। ମୁଁ ଖୁସି ଯେ ଦିଲ୍ଲୀର ସରକାରୀ ସ୍କୁଲ ଦୁନିଆକୁ ରାସ୍ତା ଦେଖାଉଛି। ଆମେ ଆମ ହାପିନେସ କ୍ଲାସରେ କ’ଣ କରୁଛୁ, ତାହା ଜାଣିବାକୁ ପୂରା ବିଶ୍ଵ ଉତ୍ସୁକ ରହିଛି।

ଫଳରେ କେଜ୍ରିୱାଲ ଏବଂ ସିଶୋଦିଆଙ୍କ ନାମକୁ ବାଦ୍‌ ଦିଆଯିବା ପରେ ଏବେ ମେଲାନିଆ ଏକୁଟିଆ ଦିଲ୍ଲୀ ସ୍କୁଲ ଗସ୍ତ କରିବେ। ସୂଚନାଯୋଗ୍ୟ, ଅହମ୍ମଦାବାଦରେ ମୋଦୀ ଏବଂ ଟ୍ରମ୍ପଙ୍କ ରୋଡ୍‌ ଶୋ’ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କୁ ବି ସାମିଲ ହେବାକୁ ଅନୁମତି ଦିଆଯାଇ ନାହିଁ। ତେବେ କେଜ୍ରିୱାଲ ଏବଂ ସିଶୋଦିଆଙ୍କ ନାମ ବାଦ୍‌ ଦିଆଯିବା ପ୍ରସଙ୍ଗରେ କେନ୍ଦ୍ର ସରକାର ଏବଂ ବିଦେଶ ମନ୍ତ୍ରଣାଳୟ ସହିତ ଆଲୋଚନା କରାଯାଉଥିବା ଆପ୍‌ ସୂତ୍ରରୁ ଜଣାପଡ଼ିଛି। ଶେଷ ମୁହୂର୍ତ୍ତରେ ନାମ କଟାଯିବାର କାରଣ କ’ଣ ବୋଲି ଦିଲ୍ଲୀ ସରକାର କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories