www.samajalive.in
Monday, December 15, 2025
17.1 C
Bhubaneswar

ହାରିଲେ କେଜ୍ରିୱାଲ ଓ ସିସୋଦିଆ, ମୁଖ୍ୟମନ୍ତ୍ରୀ ଆତିଶୀ ବି ପଛୁଆ

ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀ ନିର୍ବାଚନରେ ଆମ ଆଦମୀ ପାର୍ଟି(ଆପ୍)କୁ ଶକ୍ତ ଝଟକା ଲାଗିଛି। ଗୋଟିଏ ପଟେ ବିଜେପି ବିପୁଳ ବିଜୟ ହାସଲ କରିବା ଏକପ୍ରକାର ସ୍ପଷ୍ଟ ହୋଇଥିବାବେଳେ ଅନ୍ୟପଟେ ଆପ୍‌ର ଟାଣୁଆ ନେତାମାନଙ୍କୁ ପରାଜୟ ବରଣ କରିବାକୁ ପଡ଼ିଛି। ଖୋଦ ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ନିର୍ବାଚନରେ ପରାଜିତ ହୋଇଛନ୍ତି। ନୂଆଦିଲ୍ଲୀ ଆସନରୁ ଲଢ଼ୁଥିବା କେଜ୍ରିୱାଲ ବିଜେପି ପ୍ରାର୍ଥୀ ପରବେଶ ସାହିବ ସିଂହଙ୍କଠାରୁ ହାରିଯାଇଛନ୍ତି।

ସେହିପରି ପୂର୍ବତନ ମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ବିଜେପି ପ୍ରାର୍ଥୀ ପରବିନ୍ଦର ସିଂହ ମରୱାଙ୍କଠାରୁ ପରାଜିତ ହୋଇଛନ୍ତି। ସିସୋଦିଆ ମାତ୍ର ୬୦୦ ଭୋଟରେ ହାରିଛନ୍ତି। ଏହା ଆପ୍‌ ପାଇଁ ଅତ୍ୟନ୍ତ ଲଜ୍ଜାଜନକ ପରାଜୟ ହେବ ବୋଲି କୁହାଯାଉଛି। ସେପଟେ ମୁଖ୍ୟମନ୍ତ୍ରୀ ଆତିଶୀ ବି ପଛରେ ରହିଛନ୍ତି। କାଲକାଜି ଆସନରୁ ଲଢ଼ୁଥିବା ଆତିଶୀ ବି ବିଜେପି ପ୍ରାର୍ଥୀ ରମେଶ ବିଧୁରିଙ୍କଠାରୁ ପଛୁଆ ଅଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories