www.samajalive.in
Friday, December 5, 2025
20.1 C
Bhubaneswar

ଦିନ ଦ୍ୱିପ୍ରହରରେ ଚାଲିଛି ପଥର ଚୋରି

ହରଭଙ୍ଗା: ବୌଦ୍ଧ ଜିଲ୍ଲାରେ ଲଘୁ ଖଣିଜ ସମ୍ପଦର ବ୍ୟାପକ ଲୁଟ ହେଉଥିବା ଅଭିଯୋଗ ହୋଇଛି। ଯାହା ଫଳରେ ରେଳପଥ ସୁଡଙ୍ଗ ଖନନ ପଥରର ଟେଣ୍ଡର ଏବଂ ଆକଳନରେ ବିଳମ୍ବ ଘଟୁଛି। ଦିନ ଦ୍ୱିପହରରେ ପଥର ଚୋରି ଯୋଗୁଁ ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ୱ କ୍ଷତି ଘଟୁଛି।
ପ୍ରକାଶ ଯେ ହରଭଙ୍ଗା ତହସିଲ ଅର୍ନ୍ତଗତ ତେଇସିମାଇଲ, ମାର୍ଦ୍ଦିଙ୍ଗ ଏବଂ ଆଡେଣିଗଡ ନିକଟରେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ନିର୍ମାଣ ପାଇଁ ୪ ଗୋଟି ରେଳ ସୁଡଙ୍ଗ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ରେଳ ସୁଡଙ୍ଗ ଖନନ ପରେ ଏଥିରୁ ବାହାରିଥିବା ପ୍ରଚୁର ଗ୍ରାନାଇଟ ପଥର ପାହାଡ ଭଳି ଗଦା କରାଯାଇଛି । ଏହାକୁ ଖଣି ବିଭାଗ ଆକଳନ କରି ଟେଣ୍ଡର କରିବାର ପ୍ରାବଧାନ ରହିଛି । ମାତ୍ର ଖଣି ବିଭାଗ ଏ ଦିଗରେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରି ଆକଳନ ଏବଂ ଟେଣ୍ଡର କରିବା ପରିବର୍ତ୍ତେ ଚୁପ୍‌ ବସିବା କାରଣରୁ ଏକ ନିର୍ଦ୍ଦିଷ୍ଟ ଠିକାସଂସ୍ଥା ଉକ୍ତ ପଥରକୁ ଦିନ ଦ୍ୱିପହରେ ଚୋରି କରି କ୍ରସର ସାହାଯ୍ୟରେ ପଥର (ଚିପସ, ମେଟାଲ ଏବଂ ଡଷ୍ଟ ସବୁ ତିଆରି କରି କୋଟି କୋଟି ଟଙ୍କା ରାଜସ୍ୱ ଫାଙ୍କୁଛି ।
ଏ ସର୍ମ୍ପକରେ ଦୈନିକ ଖବରକାଗଜ ‘ସମାଜ’ ଅନୁସନ୍ଧାନ ମୂଳକ ଖବର ପ୍ରକାଶ ପରେ ରାଜସ୍ୱ ବିଭାଗ ପକ୍ଷରୁ ଏନଫୋର୍ସମେଂଟ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏନଫୋର୍ସମେଂଟ ପରେ ଜୋରିମାନା ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ଖଣି ବିଭାଗକୁ ହସ୍ତାନ୍ତର ପରେ ଖଣି ବିଭାଗ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ନୀରବ ରହିବା ଘଟଣା ଠିକାସଂସ୍ଥା ଏବଂ ଖଣି ବିଭାଗର ମଧୁଚନ୍ଦ୍ରିକାକୁ ପଦାରେ ପକାଇଛି। ଯାହା ଫଳରେ ତେଇସିମାଇଲ, କମଳପୁର, ତିଲକୂପ ଅଂଚଳରୁ ବ୍ୟାପକ ପଥର ଚୋରି ଚାଲିଥିବା ନଜରକୁ ଆସିଛି । ଏ ଦିଗରେ ରାଜ୍ୟ ଖଣି ନିର୍ଦ୍ଦେଶକ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ଉଠୁଛି । ଏ ସମ୍ପର୍କରେ ବୌଦ୍ଧ ଖଣି ଅଧିକାରୀ ମନୋହର ମହନ୍ତଙ୍କୁ ପଚାରିବାରୁ ଆକଳନ କରି ଟେଣ୍ଡର କରିବୁ ବୋଲି କହିଛନ୍ତି।

ମହାଶିବରାତ୍ରୀରେ ଶନି-ବୁଧ ଚଳନ: ଏହି ରାଶିଙ୍କ ସୁନା ଭଳି ଚମକିବ ଭାଗ୍ୟ, ହେବେ ମାଲାମାଲ୍‌, ମିଳିବ ଚାକିରି

ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଗୁରୁତର

- Advertisement -

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories