ନୂଆଦିଲ୍ଲୀ: ଶେଷରେ ଇଡି ଜେରାର ସାମ୍ନା କରିବାକୁ ରାଜି ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । ଲଗାତାର ୮ ଥର ସମନ ପରେ ଚେତା ପଶିଛି। ଭର୍ଚୁଆଲରେ ହାଜର ପାଇଁ ଆସନ୍ତା ୧୨ ପରେ ତାରିଖ ଦେବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଚିଠି ଲେଖି ସେ ଅନୁରୋଧ କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେ ହାଜର ହେବେ ବୋଲି କହିଛନ୍ତି। ଫେବୃଆରୀ ୪ ତାରିଖ ଅର୍ଥାତ୍ ସୋମବାର ହାଜର ହେବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସ୍ ଜାରି କରିଥିଲା। ମାତ୍ର ଆଜି (ସୋମବାର) ଦିଲ୍ଲୀ ବିଧାନସଭା ବଜେଟ୍ ଅଧିବେଶନ ଥିବାରୁ ଇଡିରେ ହାଜର ହେବେନି କେଜ୍ରିୱାଲ୍। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଇଡିକୁ ଏକ ଜବାବ ପଠାଇଛନ୍ତି। ସେ କହିଛନ୍ତି, ଏହି ସମନ ବେଆଇନ , କିନ୍ତୁ ମୁଁ ତୁମର ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ । ମାର୍ଚ୍ଚ ୧୨ପରେ କେଜ୍ରିଓ୍ବାଲ ଇଡିରୁ ଏକ ନୂତନ ତାରିଖ ମାଗିଛନ୍ତି। ଆମ ଆଦମୀ ପାର୍ଟି କହିଛି ଯେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଇଡି ଯାଞ୍ଚରେ ଯୋଗଦେବେ।
Popular Categories



