୧୩ରେ କେଜରିୱାଲଙ୍କ ସର୍ବଦଳୀୟ ବୈଠକ

0

ନୂଆଦିଲ୍ଲୀ : ଦିଲ୍ଲୀରେ ଚାଲିଥିବା ସିଲିଂ କାର୍ଯ୍ୟକ୍ରମ ଯୋଗୁଁ ବ୍ୟବସାୟୀମାନେ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେ ସମ୍ପର୍କରେ ଆଲୋଚନା କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆସନ୍ତା ୧୩ରେ ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି।

prayash

କେଜରିୱାଲ ଏହି ମର୍ମରେ ଦିଲ୍ଲୀ ବିଜେପି ଶାଖା ମୁଖ୍ୟ ମନୋଜ ତିୱାରୀ ଓ ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟି ସଭାପତି ଅଜୟ ମାକେନଙ୍କ ନିକଟକୁ ପତ୍ର ଲେଖିଛନ୍ତି। ଦଳମତ ନିର୍ବିଶେଷରେ ଏହି ସମସ୍ୟାର ସମାଧାନ କରିବାକୁ କେଜରିୱାଲ ସେମାନଙ୍କୁ ନିବେଦନ କରିଛନ୍ତି। ତେବେ ପ୍ରତ୍ୟେକ ଦଳର ସର୍ବାଧିକ ତିନିଜଣ ସଦସ୍ୟ ଏହି ବୈଠକରେ ଉପସ୍ଥିତ ରହିପାରିବେ ବୋଲି ପତ୍ରରେ ଉଲ୍ଲେଖ କରାଯାଇଛି।

ସିଲିଂ କାର୍ଯ୍ୟକ୍ରମ ବନ୍ଦ କରିବାକୁ ସଂସଦରେ ଏକ ଆଇନ ଆଣିବା ଉଚିତ ବୋଲି ଦର୍ଶାଇ କେଜରିୱାଲ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ନିକଟକୁ ପତ୍ର ଲେଖିସାରିଛନ୍ତି।

Leave A Reply