www.samajalive.in
Sunday, December 14, 2025
17.1 C
Bhubaneswar

କେନ୍ଦୁଝର ଜିଲାରେ ମେ’ ସୁଦ୍ଧା ସଡକ ଦୁର୍ଘଟଣାରେ ମଲେଣି ୧୬୯, ଜିଲାରେ ୧୭ ବ୍ଲାକସ୍ପଟ ଚିହ୍ନଟ

କେନ୍ଦୁଝରଗଡ: କେନ୍ଦୁଝର ଜିଲା ଦେଇ ଯାଇଥିବା ୨୦ନଂ ଓ ୫୨୦ନଂ ଏବଂ ୪୯ନଂ ଜାତୀୟ ରାଜପଥ ତୃଟିପୂର୍ଣ୍ଣ ନିର୍ମାଣ ସାଙ୍ଗକୁ ଖଣି ଓ ଶିଳ୍ପବହୁଳ ଏହି ଜିଲାରେ ମାତ୍ରାଧିକ ଭାରିଯାନ ଚଳାଚଳ ଯୋଗୁଁ ଦୁର୍ଘଟଣାହାର ସମଗ୍ର ରାଜ୍ୟରେ କେନ୍ଦୁଝର ସର୍ବାଧିକ। ଚଳିତବର୍ଷ ମେ ସୁଦ୍ଧା ଜିଲାରେ ୩୫୦ଟି ସଡକ ଦୁର୍ଘଟଣାରେ ୧୬୯ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ୨୮୩ଜଣ ଆହତ ହେବା ଜିଲାରେ ‘ସଡକ ସୁରକ୍ଷା-ଜୀବନ ରକ୍ଷା’ କେବଳ ସ୍ଲୋଗାନରେ ସୀମିତ ଥିବା ସ୍ପଷ୍ଟ ପ୍ରମାଣିତ କରୁଛି।

ସଡକ ଦୁର୍ଘଟଣାକୁ କିଭଳି ରୋକାଯାଇ ପାରିବ ସେ ନେଇ ପରିବହନ ବିଭାଗ ଓ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବହୁବାର ଉଦ୍ୟମ କରାଯାଇଥିଲେ ହେଁ ସେଭଳି କୌଣସି ବିଶେଷ ଫଳପ୍ରଦ ହୋଇପାରିନାହିଁ। ସମଗ୍ର ଜିଲାରେ ୧୭ଟି ବ୍ଲାକସ୍ପଟ ବା ଦୁର୍ଘଟଣାପ୍ରବଣ ସ୍ଥାନ ଚିହ୍ନଟ କରାଯାଇଥିବା ବେଳେ ସେଥିମଧ୍ୟରୁ ମାତ୍ର ୨ଟି ସ୍ଥାନ ସଂଶୋଧନ କରାଯାଇଥିବା ବେଳେ ୧୫ଟି ସ୍ଥାନ ଏବେବି ଦୁର୍ଘଟଣାପ୍ରବଣ ଭାବେ ରହିବା ସହ ଦୈନିକ ଛୋଟବଡ ଦୁର୍ଘଟଣା ଘଟି ବ୍ୟାପକ ଧନଜୀବନ ହାନୀ ହେବାନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଉଦ୍‍ବେଗ ପ୍ରକାଶ ପାଇ ଆସୁଛି।

- Advertisement -

ନିକଟରେ ରବିବାର ଆଞ୍ଚଳିକ ପରିବହନ ଅଧିକାରୀ କେନ୍ଦୁଝର ଗୋପାଳକୃଷ୍ଣ ଦାସ ଜାତୀୟ ରାଜପଥ ପ୍ରାଧିକରଣ କେନ୍ଦୁଝରର କର୍ତ୍ତୃପକ୍ଷଙ୍କ ସହ କେନ୍ଦୁଝର ଠାରୁ ରିମୁଳି ପର୍ଯ୍ୟନ୍ତ ଥିବା ଦୁର୍ଘଟଣାପ୍ରବଣ ସ୍ଥାନ ପରିଦର୍ଶନ କରି ତୁରନ୍ତ ଏହାର ସଂଶୋଧନ କରାଯାଇ କିଭଳି ଦୁର୍ଘଟଣାକୁ ରୋକାଯାଇ ପାରିବ ସେଥିପ୍ରତି ତାଗିଦ୍‍ କରିଥିବା ଆରଟିଓ ଶ୍ରୀ ଦାସ କହିଛନ୍ତି। ଏଥିସହ ମାସକ ମଧ୍ୟରେ ଜିଲାରେ ଚିହ୍ନଟ ହୋଇଥିବା ସମସ୍ତ ଦୁର୍ଘଟଣାପ୍ରବଣ ସ୍ଥାନ ସଂଶୋଧନ କରିବାକୁ ମଧ୍ୟ ଜାତୀୟ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କୁ ନିବେଦନ କରାଯାଇଥିବା ଶ୍ରୀ ଦାସ କହିଛନ୍ତି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories