www.samajalive.in
Sunday, December 14, 2025
23.1 C
Bhubaneswar

ସ୍ମାସରକୁ ହରାଇ ପୁଲିସ ପ୍ରଶାସନ ଚମ୍ପିୟାନ

ପିପିଲି: ସ୍ଥାନୀୟ ଜବାହର ବିଦ୍ୟାପୀଠ ଖେଳପଡିଆ ଠାରେ ଦ୍ୱିତୀୟ ପ୍ରଦୀପ ମହାରଥୀ ମେମୋରିଆଲ କପ୍‍ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପିପିଲି ସ୍ମାସର କ୍ରିକେଟ୍‍ ଟିମ୍‍କୁ ୨୪ ରନ୍‍ରେ ହରାଇ ପିପିଲି ପୁଲିସ ପ୍ରଶାସନ ଟିମ୍‍ ଚମ୍ପିୟାନ ହୋଇଛି।

ପିପିଲିର ପୂର୍ବତନ ବିଧାୟକ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ୬୮ତମ ଜନ୍ମ ଜୟନ୍ତୀ ଅବସରରେ ପ୍ରଦୀପ ମହାରଥୀ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ଏହି ଦିବାରାତ୍ର କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟରେ ପିପିଲି ସ୍ମାସର, ଡେଲାଙ୍ଗ ଫାଇଟର, ପିପିଲି ପ୍ରଶାସନ, ଡେଲାଙ୍ଗ ପ୍ରଶାସନ, ପିପିଲି ମିଡିଆ, ଡେଲାଙ୍ଗ ମିଡିଆ, ପିପିଲି ପୁଲିସ ପ୍ରଶାସନ ଓ ଆର୍‍ପିଏମ୍‍ ଇଲେଭେନ୍‍ ଆଦି ୮ଟି ଦଳ ଭାଗ ନେଇଥିଲେ। ଏହି ଟୁର୍ଣ୍ଣାମେଣ୍ଟକୁ ବରିଷ୍ଠ ଶିକ୍ଷାବିତ୍‍ ତଥା ଅବସରପ୍ରାପ୍ତ ଅଧ୍ୟାପିକା ଡ଼ଃ ପ୍ରତିଭା ମହାରଥୀ ଉଦ୍‍ଘାଟନ କରିଥିଲେ।

- Advertisement -

ମୁଖ୍ୟଅତିଥି ଭାବେ ବିଧାୟକ ରୁଦ୍ରପ୍ରତାପ ମହାରଥୀ, ସମାଜସେବୀ ଜାଗୃତୀ ପଣ୍ଡା ମହାରଥୀ, ସଂଗ୍ରାମ ପାଇକରାୟ, ବିଜେଡି ଯୁବନେତା ଇଂ ରୁପେଶ କୁମାର ପାଣିଗ୍ରାହୀ, ପିପିଲି ବିଡିଓ ରଶ୍ମିତା ନାଥ, ତହସିଲଦାର ପୁନମ ମହାପାତ୍ର, ପିପିଲି ବ୍ଲକ ଅଧ୍ୟକ୍ଷା ଦେବସ୍ୱିନୀ ନନ୍ଦ, ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷା ବାସନ୍ତି ସାହୁ, ବିଜେଡି ରାଜ୍ୟ ସଂପାଦକ ପ୍ରୀୟବ୍ରତ ସାମନ୍ତରାୟ, ସମବାୟବିତ୍‍ ବୈରାଗୀ ଜେନା, ପିପିଲି ଏନ୍‍ଏସି ଅଧ୍ୟକ୍ଷ ସେକ୍‍ ବାବୁ, ଜିଲା ପରିଷଦ ସଭ୍ୟ ଧରଣୀଧର ସାହୁ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ଖେଳୁଆଡ ମନୋଭାବ ଓ କ୍ରୀଡା ପାଇଁ ତାଙ୍କ ଉତ୍ସର୍ଗୀକୃତ ଜୀବନୀ ସଂପର୍କରେ ଆଲୋକପାତ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‍ ପିପିଲି ସ୍ମାସର କ୍ରିକେଟ୍‍ ଟିମ୍‍ ଓ ପିପିଲି ପୁଲିସ ପ୍ରଶାସନ ଟିମ୍‍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ପୁଲିସ ପ୍ରଶାସନ ଟସ୍‍ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫ ଓଭରରେ ୫ ୱିକେଟ୍‍ ବିନିମୟରେ ୮୫ ରନ୍‍ କରିଥିଲା। ଏହାର ଜବାବରେ ପିପିଲି ସ୍ମାସର କ୍ରିକେଟ୍‍ ଟିମ୍‍ ୬ ୱିକେଟ୍‍ ବିନିମୟରେ ମାତ୍ର ୬୧ ରନ୍‍ କରି ପରାଜିତ ହୋଇଥିଲା। ଅମ୍ପାୟାର ଭାବେ ସନ୍ତୋଷ ବରାଳ, ଅଞ୍ଜୁ ଆଳୁକ ଓ ବିଶ୍ୱଜିତ ଦାଶ ଖେଳକୁ ପରିଚାଳନା କରିଥିଲେ। ଏହାର ଉଦ୍‍ଯାପନୀ ଉତ୍ସବରେ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ, ପିପିଲି ଥାନାଧିକାରୀ ଅଭିମନ୍ୟୁ ନାୟକ, ଜିଲା ପରିଷଦ ସଭ୍ୟ ଧରଣୀଧର ସାହୁ, ପୂର୍ବତନ ଜିଲା ପରିଷଦ ସଭ୍ୟ ଦେବାଶିଷ ନନ୍ଦ, ପିପିଲି ଏନ୍‍ଏସି ପୌରାଧ୍ୟକ୍ଷ ସେକ୍‍ ବାବୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଚମ୍ପିୟାନ୍‍ ଓ ରନର୍ସ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ପିପିଲି ପୁଲିସ ପ୍ରଶାସନର ଖେଳାଳି ସ୍ୱାଧିନ ପାତ୍ରଙ୍କୁ ମ୍ୟାନ୍‍ ଅଫ୍‍ ଦି ମ୍ୟାଚ୍‍ ଓ ପିପିଲି ସ୍ମାସର ଦଳର ଖେଳାଳି ଅମିତ ସ୍ୱାଇଁଙ୍କୁ ମ୍ୟାନ୍‍ ଅଫ୍‍ ଦ ସିରିଜ ଭାବେ ପୁରସ୍କୃତ କରାଯାଇଥିଲା।

ପ୍ରଦୀପ ମହାରଥୀ ସ୍ମୃତି କମିଟିର ବିଶ୍ୱଜିତ ଦାଶ, ସତ୍ୟନାରାୟଣ ବସ୍ତିଆ, ପିଙ୍କୁ ପ୍ରଧାନ, ସୌମ୍ୟରଞ୍ଜନ ମହାପାତ୍ର, ସୁଦିପ୍ତ ନାୟକ, ଆଦିତ୍ୟ ଭୋଳ, ସଂଗ୍ରାମ ଜେନା, ବାଦଲ ବେହେରା, ଅମ୍ରିତ ପୃଷ୍ଟି ପ୍ରମୁଖ ଟୁର୍ଣ୍ଣାମେଣ୍ଟକୁ ପରିଚାଳନା କରିଥିଲେ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories