www.samajalive.in
Sunday, December 14, 2025
23.1 C
Bhubaneswar

ରାଜ୍ୟ କରାଟେ ଚମ୍ପିଆନସିପରେ ୨ ଭଉଣୀଙ୍କ ସଫଳତା

ଗୁରୁଡିଝାଟିଆ :  ଓଡିଶା ଟ୍ରାଡିସନାଲ ସୋତୋକାନ କରାଟେ ଆସୋସିଏସନ ଦ୍ୱାରା ଆୟୋଜିତ ୯ମ ଓଡିଶା ଓପନ ଟିଏକେଏଫଆଇ କରାଟେ ଚମ୍ପିଆନସିପ୍-୨୦୨୩ ରେ ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ଓରନ୍ଦା ଗ୍ରାମର ୨ ଭଉଣୀ ସଫଳତା ଅର୍ଜନ କରିଛନ୍ତି । କଟକ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗୀତାରେ ବଡଭଉଣୀ ଡିଏଭି ପବ୍ଲିକ ସ୍କୁଲର ୮ମ ଶ୍ରେଣୀ ଛାତ୍ରୀ ଲୋପାମୁଦ୍ରା ସାମଲ ଉଚ୍ଚବର୍ଗରେ କାତା ପ୍ରତିଯୋଗିତାରେ ରୌପ୍ୟ ଓ କୁମିତେରେ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ସାନଭଉଣୀ ମେରୁପ୍ରଭା ସାମଲ ୧ମ ଶ୍ରେଣୀର ଛାତ୍ରୀ ପ୍ରାରମ୍ଭିକ ବର୍ଗରେ ଉଭୟ କାତା ଓ କୁମିତେ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରି ଗୌରବ ଅର୍ଜନ କରିଛନ୍ତି । ଲୋପାମୁଦ୍ରା ଓ ମେରୁପ୍ରଭା ଓରନ୍ଦା ଗାଁର ମୁରବୀ ତଥା ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ସାମଲଙ୍କ ନାତୁଣୀ ଓ ଇନ୍ଦ୍ରଜିତ୍ ଦଳବେହେରା ଓ ସୁପ୍ରୀତି ସାମଲଙ୍କ କନ୍ୟା ଅଟନ୍ତି।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories