www.samajalive.in
Saturday, December 6, 2025
26.1 C
Bhubaneswar

ସାମାଜିକ ଗଣମାଧ୍ୟମରେ ଅଶ୍ଳୀଳ ଫଟୋ ଦେଖି ଚିନ୍ତାଗ୍ରସ୍ତ ଅଭିନେତ୍ରୀ : ନେଲେ ଏପରି ପଦକ୍ଷେପ

ଚନ୍ଦ୍ରମୁଖୀ ଚୌଟାଲା ଭୂମିକାରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ କବିତା କୌଶିକ୍‍ ତାଙ୍କ ପ୍ରଶଂସକ ଓ ଦର୍ଶକମାନଙ୍କ ସହ ସାମାଜିକ ଗଣମାଧ୍ୟମ ଜରିଆରେରେ ସବୁବେଳେ ଯୋଡ଼ି ହୋଇ ରହିଥାଆନ୍ତି ଓ ଫଟୋ ସେୟାର କରିଥାଆନ୍ତି। ଗତ କିଛିଦିଦ ହେବ ତାଙ୍କୁ ବାରମ୍ବାର ତାଙ୍କର ନକଲି ଅଶ୍ଳୀଳ ଫଟୋ ମାଧ୍ୟମରେ ବିରକ୍ତ କରାଯାଉଥିଲା। ଯାହା ଫଳରେ କବିତା ନିଜ ଫେସ୍‍ବୁକ୍‍ ଆକାଉଣ୍ଟ୍‍ ଡ଼ିଲିଟ୍‍ କରି ଦେଇଥିଲେ। ସାମାଜିକ ଗଣମାଧ୍ୟମରେ ବାରମ୍ବାର ଏଭଳି ଫଟୋ ଦେଖିବା ପରେ ସେ ବହୁତ ଦୁଃଖୀ ହୋଇ ଯାଇଛନ୍ତି। ତାଙ୍କୁ ଫେସ୍‍ବୁକ୍‍ରେ ସମ୍ପର୍କ କରିବା ପାଇଁ ଚେଷ୍ଟା ନକରିବାକୁ କବିତା ନିଜ ବନ୍ଧୁ ଓ ପରିବାର ବର୍ଗଙ୍କୁ କହିଛନ୍ତି।
ଫେସ୍‍ବୁକ୍‍ ଆକାଉଣ୍ଟ୍‍ ଡ଼ିଲିଟ୍‍ କରିବା ପୂର୍ବରୁ କବିତା ଏକ ପୋଷ୍ଟ୍‍ରେ ଲେଖିଥିଲେ ଯେ, ‘ଫେସ୍‍ବୁକ୍‍ ଏପରି ଏକ ମାଧ୍ୟମ ଯେଉଁଠି ଆମକୁ ଅଜଣା ଲୋକଙ୍କ ସହ ତର୍କ ବିତର୍କ କରିବାକୁ ପଡ଼େ। ଏସବୁ ଦେଖି ଏପରି ଲାଗେ ଯେପରି କୌଣସି ରାଜନୀତି ଚାଲିଛି। ଏଠି ଜଣେ ଅନ୍ୟ ଜଣଙ୍କୁ କେବଳ ଖରାପ ଦୃଷ୍ଟିରେ ଦେଖିଥାଆନ୍ତି। ବିଶେଷ କରି ଜଣେ ଅଭିନେତ୍ରୀକୁ’। ସେ ପୁନର୍ବାର ଲେଖିଛନ୍ତି, ‘ଗତ କିଛିବର୍ଷ ହେବ ମୁଁ ଏହାକୁ ନେଇ ବହୁ ଅଶାନ୍ତିରେ ରହିବା ସହ ଚିନ୍ତିତ ଅଛି। କିଛି ଲୋକ ମୋତେ ଅପମାନିତ କରିବାକୁ ଚେଷ୍ଟା କରୁଛନ୍ତି। ତେଣୁ ମୋତେ ଲାଗୁଛି ମୁଁ ଏଠାରେ ରହିବା ଯୋଗ୍ୟ ନୁହେଁ’। ଏପରି କହି ସେ ଫେସ୍‍ବୁକ୍‍ରୁ ବିଦାୟ ନେଇଥିଲେ। ଯଦିଓ କବିତା ଫେସ୍‍ବୁକ୍‍ ଛାଡ଼ି ଦେଇଛନ୍ତି କିନ୍ତୁ ସେ ଟ୍ୱିଟର୍‍ ଓ ଇନ୍‍ଷ୍ଟାଗ୍ରାମ୍‍ରେ ଏବେ ମଧ୍ୟ ସକ୍ରିୟ ଅଛନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories