www.samajalive.in
Sunday, December 7, 2025
15.1 C
Bhubaneswar

ସେପ୍ଟେମ୍ବର ୬ ପର୍ଯ୍ୟନ୍ତ ନଜରବନ୍ଦୀ ରହିବେ ୫ ସାମାଜିକ କର୍ମୀ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା ଷଡ଼ଯନ୍ତ୍ର ଏବଂ ଭୀମା କୋରେଗାଓଁ ହିଂସା ମାମଲାରେ ଗିରଫ ୫ ବାମପନ୍ଥୀ ନେତା ଓ ସାମାଜିକ କର୍ମୀଙ୍କୁ ଟ୍ରାଜିଟ୍‍ ରିମାଣ୍ଡ କିମ୍ବା ହାଜତକୁ ପଠାଇବା ପାଇଁ ବୁଧବାର ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୬ରେ ହେବ। ମହାରାଷ୍ଟ୍ର ସରକାର ଏନେଇ ସେପ୍ଟେମ୍ବର ୫ ଭିତରେ ଉତ୍ତର ରଖିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ଆସନ୍ତା ଶୁଣାଣି ପର୍ଯ୍ୟନ୍ତ ଗିରଫ ବାମପନ୍ଥୀ ନେତା ଓ ସାମାଜିକ କର୍ମୀଙ୍କୁ ନଜରବନ୍ଦ ରଖିବାକୁ ସୁପ୍ରିମକୋର୍ଟ କହିଛନ୍ତି। ଉଲ୍ଲେଖ ଯେ ମଙ୍ଗଳବାର ମହାରାଷ୍ଟ୍ରର ପୁଣେ ପୁଲିସ୍‍ ୬ଟି ରାଜ୍ୟରେ ବିଭିନ୍ନ ସ୍ଥାନରେ ଚଢଉ କରି ବାମପନ୍ଥୀ ନେତା ତଥା ତେଲୁଗୁ କବି ପି. ବରାବରା ରାଓ, ବାମପନ୍ଥୀ ଶ୍ରମିକ ସଂଗଠନ ନେତା ସୁଧା ଭରଦ୍ୱାଜ, ସାମାଜିକ କର୍ମୀ ବର୍ନନ ଗୋଜାଲଭିସ୍‍, ଅରୁଣ ଫାରେରା ଓ ଗୌତମ ନଲଖାଙ୍କୁ ଗିରଫ କରିଥିଲା। ବରବରା ରାଓଙ୍କୁ ହାଇଦରାବାଦରୁ ଗିରଫ କରାଯାଇଥିବାବେଳେ ଅରୁଣଙ୍କୁ ମୁମ୍ବଇରୁ, ସୁଧା ଭରଦ୍ୱାଜଙ୍କୁ ଫରିଦାବାଦରୁ ଓ ଗୌତମଙ୍କୁ ନୂଆଦିଲ୍ଲୀରୁ ଗିରଫ କରାଯାଇଥିଲା। ଏହି ଗିରଫଦାରୀକୁ ବିରୋଧ କରି ଐତିହାସିକ ରୋମିଲା ଥାପର, ପ୍ରଭାତ ପଟ୍ଟନାୟକ, ସତୀଶ ଦେଶପାଣ୍ଡେ, ଦେବକୀ ଜୈନ ଏବଂ ମାୟା ଦାରୁୱାଲା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଜନସ୍ୱାର୍ଥ ଆବେଦନରେ ଗିରଫ ନେତା ଓ ସାମାଜିକ କର୍ମୀଙ୍କୁ ମୁକ୍ତ କରିବାକୁ ଅନୁରୋଧ କରାଯାଇଥିଲା। ଏହାସହ ଗିରଫଦାରୀ ମାମଲାର ସ୍ୱତନ୍ତ୍ର ତଦନ୍ତ କରିବାକୁ ଅନୁରୋଧ କରାଯାଇଥିଲା। ଆବେଦନକୁ ଗ୍ରହଣ କରି ସୁପ୍ରିମକୋର୍ଟ ବୁଧବାର ସନ୍ଧ୍ୟା ସାଢେ ୪ଟାରେ ଏହାର ଶୁଣାଣି କରିଥିଲେ। ଆବେଦକଙ୍କ ଓକିଲ ପ୍ରଶାନ୍ତ ଭୂଷଣ କହିଥିଲେ ଯେ ପୁଣେ ପୁଲିସ୍‍ ଗିରଫ କରିଥିବା ସାମାଜିକ କର୍ମୀମାନେ ୨୦ରୁ ୨୫ ବର୍ଷ ହେବ ପଛୁଆ, ଦଳିତ ଏବଂ ନିଷ୍ପେସିତ ଲୋକଙ୍କ ପାଇଁ କାର୍ଯ୍ୟ କରୁଛନ୍ତି। ବିନା କାରଣ ଦର୍ଶାଇ ସେମାନଙ୍କୁ ଗିରଫ କରାଯାଇଛି। ଏନେଇ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମହାରାଷ୍ଟ୍ର ସରକାରଙ୍କୁ ସେପ୍ଟେମ୍ବର ୫ ମଧ୍ୟରେ ଜବାବ ଦାଖଲ ପାଇଁ କହିଥିଲେ। ଗିରଫ ସାମାଜିକ କର୍ମୀଙ୍କୁ ହାଜତକୁ ନ ପଠାଇବା ପାଇଁ ନିର୍ଦେଶ ଦେଇଥିଲେ। ଶୁଣାଣି ବେଳେ ଜଷ୍ଟିସ୍‍ ଚନ୍ଦ୍ରଚୂଡ଼ କହିଥିଲେ ଯେ ଅନ୍ୟର ଅଧିକାର ପାଇଁ ନିଜ ଅଧିକାରକୁ ଉପଯୋଗ କରୁଥିବା ଲୋକଙ୍କୁ ଗିରଫ କରାଯିବା ଲୋକତନ୍ତ୍ର ଲାଗି ବିପଦଜନକ। ଅସହମତି ଲୋକତନ୍ତ୍ର ପାଇଁ ସେପ୍ଟିଭାଲ୍ଭ ଭଳି କାର୍ଯ୍ୟ କରେ। ଯଦି ଅସନ୍ତୋଷକୁ ଚପାଇ ଦିଆଯିବ ତେବେ ପ୍ରେସର କୁକର ଫାଟି ଯିବାର ଆଶଙ୍କା ରହିଛି।
ଉଲ୍ଲେଖଯୋଗ୍ୟ ଯେ ୨୦୧୭ ଡିସେମ୍ବର ୩୧ରେ ଏଲ୍‍ଗାର ପରିଷଦ ପକ୍ଷରୁ ପୁଣେର ଭୀମ କୋରେଗାଓଁଠାରେ ଏକ କାର୍ଯ୍ୟକ୍ରମ ବେଳେ ହିଂସା ଘଟିଥିଲା। ଏହି ହିଂସା ଘଟଣାରେ ମାଓବାଦୀଙ୍କ ସମ୍ପୃକ୍ତି ସନ୍ଦେହରେ ପୁଲିସ ଜୁନ୍‍ରେ କେତେକ ସ୍ଥାନରେ ଚଢାଉ କରିବା ବେଳେ ୫ ଜଣଙ୍କୁ ଗିରଫ କରିବା ସହ କେତେକ ଦସ୍ତାବିଜ୍‍ ଜବତ୍‍ କରିଥିଲା। ଜବତ୍‍ ଚିଠିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା ପାଇଁ ଏଠାରେ ମାଓବାଦୀମାନେ ଷଡଯନ୍ତ୍ର କରିଥିଲେ। ଭୀମ କୋରେଗାଓଁ ଯୁଦ୍ଧର ୨୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଯୋଜିତ ଉକ୍ତ କାର୍ଯ୍ୟକ୍ରମରେ ବରବରା ରାଓ ଓ ଅନ୍ୟ ଗିରଫ ଅଭିଯୁକ୍ତମାନେ ସାମିଲ ପୂର୍ବକ ଉତ୍ତେଜନାପୂର୍ଣ୍ଣ ବକ୍ତବ୍ୟ ଦେଇଥିଲେ। ଫଳରେ ସେଠାରେ ହିଂସାକାଣ୍ଡ ଘଟିଥିଲା ବୋଲି ଏଫ୍‍ଆଇଆର୍‍ରେ ଉଲ୍ଲେଖ ରହିଛି। ଫଳରେ ମଙ୍ଗଳବାର ପୁଣେ ପୁଲିସ ମହାରାଷ୍ଟ୍ର ସମେତ ଗୋଆ, ତେଲଙ୍ଗାନା, ଦିଲ୍ଲୀ ଏବଂ ଝାଡ଼ଖଣ୍ଡରେ ବ୍ୟାପକ ଚଢାଉ କରି ଏମାନଙ୍କୁ ଗିରଫ କରିଥିଲା। ହାଇଦରାବାଦ, ରାଞ୍ଚି, ଦିଲ୍ଲୀ, ଫରିଦାବାଦ ଏବଂ ମୁମ୍ବଇ ସମେତ ୮ଟି ସ୍ଥାନରେ ୮ ଘଣ୍ଟା ଧରି ପୁଲିସ ଚଢାଉ କରିଥିଲା। ପୁଲିସର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories