www.samajalive.in
Sunday, December 7, 2025
14.1 C
Bhubaneswar

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରୁ ବଞ୍ଚିତ କେଶପଙ୍କା ଗ୍ରାମ

ବ୍ର୍ରହ୍ମପୁର : ସ୍ୱାଧୀନତାର ୭୨ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରୁ ବଞ୍ଚିତ ରହିଛି ଗଞ୍ଜାମ ଜିଲ୍ଲାର ସୋରଡ଼ା ବ୍ଲକ ଅନ୍ତର୍ଗତ ଗୌଡ଼ଗୋଠ ପଞ୍ଚାୟତର କେଶପଙ୍କା ଗ୍ରାମ। ରାସ୍ତାଟିଏ ନଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଗୌଡ଼ଗୋଠ ପଞ୍ଚାୟତ ଠାରୁ ମାତ୍ର ୭କିମି ଦୂରରେ ଗ୍ରାମଟି ଥିବା ବେଳେ ସୋରଡ଼ା ଠାରୁ ଏହାର ଦୂରତା ପ୍ରାୟ ୫୦ କିମି ଦୂର । ରାଜ୍ୟ ସରକାରଙ୍କ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଲୋକଙ୍କୁ କାମ ଯୋଗାଇବା ସହ ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ଏହି ଗ୍ରାମ ଗୁଡ଼ିକୁ ଦେଖିଲେ ଲାଗୁଛି ଯେମିତି ଏଠି ବିକାଶ ଅପହଞ୍ଚ ହୋଇ ପଡ଼ି ରହିଛି । ଏହି ଗୌଡ଼ଗୋଠ ପଞ୍ଚାୟତର କେଶପଙ୍କା ଗ୍ରାମରେ ୨୮ଗୋଟି ଆଦିବାସୀ ଓ ସୌରା ସଂପ୍ରଦାୟର ଲୋକେ ବସବାସ କରନ୍ତି । ଗ୍ରାମର ଲୋକମାନେ ଅତି ଗରିବ ଶ୍ରେଣୀର ରହିଛନ୍ତି । ଶିକ୍ଷା କହିଲେ ଗ୍ରାମରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ରହିଛି। ଯେଉଁଠାରେ ପ୍ରଥମ ଶ୍ରେଣୀଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିବାର ସୁବିଧା ରହିଛି । ଲୋକଙ୍କୁ ବିଦ୍ୟୁତ୍ ସେବା ସହ ରାସନ କାର୍ଡ଼ ମିଳିଛି ହେଲେ ଏହି ସୁବିଧା ପାଇଁ ଯିବାକୁ ହେଲେ ଭଲ ରାସ୍ତାଟିଏ ନାହିଁ । ପଂଚାୟତକୁ ଆସିବାକୁ ହେଲେ ଜଙ୍ଗଲ, ନାଳ ମଧ୍ୟ ଦେଇ ଯିବାକୁ ପଡୁଛି । ବର୍ଷା ଦିନେ ନାଳରେ ବହୁତ ପାଣି ହୋଇଯିବା ଫଳରେ ଯାତାୟତରେ ଲୋକମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ସବୁଠାରୁ ଗୁରୁତର ବିଷୟ ହେଲା ଗ୍ରାମରେ ସ୍ୱାସ୍ଥ୍ୟସେବା ଆଜି ବି ଅପହଂଚ । ଗ୍ରାମକୁ ରାସ୍ତା ନଥିବା ଯୋଗୁଁ ୧୦୮ ଆମ୍ବୁଲାନ୍ସ ହେଉ କି ୧୦୨ ଜନନୀ ସୁରକ୍ଷା ଗାଡ଼ି ଗ୍ରାମରେ ପହଞ୍ଚି ପାରୁନି। ଯାହା ଫଳରେ ଗର୍ଭବତୀ ମହିଳା ହେଉ କି ରୋଗୀଙ୍କୁ ଖଟିଆ ହିଁ ଏକ ମାତ୍ର ସାହା ଭରସା । ନିର୍ବାଚିତ ପ୍ରତିନିଧି ମାନଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା ମନୋଭାବ ଯୋଗୁଁ ଏହି ଗ୍ରାମରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ଗୌଡ଼ଗୋଠ ପଞ୍‍ଚାୟତର ସରପଞ୍ଚ ରାମ ଶଙ୍କରଙ୍କ କହିବା ଅନୁଯାୟୀ ଏନେଇ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲୁ ଏବଂ ବିଜୁ ସେତୁ ଯୋଜନାରେ କିପରି ଏକ ବ୍ରିଜ୍ ନିର୍ମାଣ ହୋଇପାରିବ ସେଥି ପାଇଁ ଆବେଦନ କରିବା ସହ ରାସ୍ତା ଘାଟ ସମସ୍ୟା ଉପରେ ଶୀଘ୍ର ପଦକ୍ଷେପ ନେବା ପାଇଁ ଚେଷ୍ଟା କରିବୁ ବୋଲି କହିଥିଲେ । ଆଗାମୀ ଦିନରେ ଉକ୍ତ ରାସ୍ତାଟି ମରାମତି କରାନଗଲେ ବଡ଼ ଧରଣର ଆନ୍ଦୋଳନ କରିବା ସହ ବ୍ଲକ୍ ସମ୍ମୁଖରେ ଧାରଣାରେ ବସିବେ ବୋଲି ଗ୍ରାମର ଲୋକମାନେ ଚେତାବନୀ ଦେଇଛନ୍ତି ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories