ମେ’ ୩ରେ କଠୁଆ ମାମଲା ସାକ୍ଷୀଙ୍କ ଆବେଦନର ଶୁଣାଣି

0

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀର କଠୁଆ ନାବାଳିକା ଗଣବଳାତ୍କାର ଓ ହତ୍ୟା ମାମଲାର ତିନି ଜଣ ସାକ୍ଷୀ ଜାମ୍ମୁ କାଶ୍ମୀର ପୁଲିସ ବିରୋଧରେ ନିର୍ଯାତନା ଅଭିଯୋଗରେ ସୁପ୍ରିମକୋର୍ଟରେ ଏକ ଆବେଦନ କରିଛନ୍ତି। ମାର୍ଚ୍ଚ ୧୯ରୁ ୩୧ ମଧ୍ୟରେ ଏହି ମାମଲାରେ ବୟାନ ରେକର୍ଡିଂବେଳେ ପୁଲିସ ସେମାନଙ୍କ ଉପରେ ଅତ୍ୟାଚାର କରିଥିବା ସାକ୍ଷୀମାନେ ଅଭିଯୋଗ କରିଛନ୍ତି। ସେମାନଙ୍କ ଓକିଲ ରବି ଶର୍ମା ଏବଂ ଲକ୍ଷ ଖାନ୍ନା ଏହି ଆବେଦନଟିକୁ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଖଣ୍ଡପୀଠ ସମ୍ମୁଖରେ ଉପସ୍ଥାପନ କରିଥିଲେ। ପ୍ରଧାନ ବିଚାରପତି ଶୁଣାଣି ନିମନ୍ତେ ଆବେଦନଟିକୁ ଗ୍ରହଣ କରିବା ସହିତ ବୁଧବାର ଏହାର ଶୁଣାଣି ହେବ ବୋଲି କହିଛନ୍ତି। ଏହି ତିନି ଜଣ ସାକ୍ଷୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମାମଲାର ଅଭିଯୁକ୍ତ ବିଶାଲ ଜାଙ୍ଗୋତ୍ରଙ୍କ ବନ୍ଧୁ। ଜାନୁଆରୀ ୭ରୁ ୧୦ ମଧ୍ୟରେ ବିଶାଲ ସେମାନଙ୍କ ସାଙ୍ଗରେ ଥିଲା ବୋଲି ସେ ବୟାନ ଦେଇଥିଲେ। ମାତ୍ର ବିଶାଲଙ୍କ ବିରୋଧରେ ବୟାନ ଦେବା ଲାଗି ପୁଲିସ ଧମକାଉଥିବା ସେ ଅଭିଯୋଗ କରିଛନ୍ତି।

Leave A Reply