www.samajalive.in
Sunday, December 14, 2025
17.1 C
Bhubaneswar

ବାଣଯାତ୍ରା ସହ ରାମେଶ୍ୱରଦେବଙ୍କ ଶୀତଳଷଷ୍ଠୀ ପାଳିତ

ପିପିଲି :ପିପିଲି ନିକଟବର୍ତ୍ତୀ ବାଗେଶ୍ୱରପୁର ଗ୍ରାମର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀରାମେଶ୍ୱରଦେବଙ୍କ ପ୍ରସିଦ୍ଧ ଶୀତଳଷଷ୍ଠୀ ପର୍ବ ଓ ବାଣଯାତ୍ରା ମହାସମାରୋହରେ ସଂପନ୍ନ ହୋଇଛି । ଏହି ଯାତ୍ରାର ପ୍ରସିଦ୍ଧ କାଠଚକ୍ର ବାଣକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ୧୦ହଜାରରୁ ଉର୍ଦ୍ଧ ଜନସମାଗମ ହୋଇଥିଲା ।

ପରମ୍ପରା ଅନୁଯାଇ ପ୍ରଭୁ ଶ୍ରୀରାମେଶ୍ୱର ଦେବଙ୍କ ସହ ଦେବୀ ପାର୍ବତୀଙ୍କର ବିବାହ ଉତ୍ସବ ଗତ ପଞ୍ଚମୀ ତିଥିରେ ମନ୍ଦିର ପରିସରରେ ଧୁମଧାମରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବାଗେଶ୍ୱରପୁର ଗ୍ରାମର ଲୋକନାଥ ଦାଶ ବରପକ୍ଷ ଓ ଜମ୍ବିଲା ଗ୍ରାମର ରାମଚନ୍ଦ୍ର ମିଶ୍ର କନ୍ୟାପକ୍ଷ ଭାବେ ଦାୟିତ୍ୱ ତୁଳାଇଥିଲେ । ବିବାହ ଉତ୍ସବ ପରେ ଠାକୁରଙ୍କୁ ଏକ ସୁସଜ୍ଜିତ ବିମାନରେ ତିନୋଟି ଗ୍ରାମକୁ ନିଆଯାଇଥିବା ବେଳେ ପ୍ରତ୍ୟେକ ପରିବାର ପକ୍ଷରୁ ଠାକୁରଙ୍କ ନିକଟରେ ଚାଚେରୀ ଭୋଗ ଅର୍ପଣ କରାଯାଇଥିଲା । ମଙ୍ଗଳବାର ଅପରାହ୍ନରେ ଠାକୁରଙ୍କର ଚଳନ୍ତି ପ୍ରତିମାକୁ ସୁସଜ୍ଜିତ ଦୋଳ ବିମାନରେ  ମନ୍ଦିର ସମ୍ମୁଖ ମେଳଣ ପଡିଆରେ ବିଜେ କରାଯିବା ପରେ ଠାକୁରଙ୍କ ସମ୍ମୁଖରେ ଆତସବାଜୀ ପ୍ରଦର୍ଶନ କରାଯାଇଥିଲା । ଉଭୟ ବରପକ୍ଷ ଓ କନ୍ୟାପକ୍ଷ ଗ୍ରାମ ମଧ୍ୟରେ ଆତସବାଜୀ ପ୍ରତିଯୋଗିତା ହୋଇଥିଲା । ବିରାଟ ବିରାଟ ଗୋଲାକାର କାଠଗଣ୍ଡିରେ ନିର୍ମିତ କାଠଚକ୍ର ବାଣକୁ ଏକ ଲୁହାଦଣ୍ଡ ଉପରେ ରଖାଯାଇ ତାକୁ ଅଗ୍ନି ସଂଯୋଗ କରାଯିବା ପରେ ତାହା ବିରାଟ ଗର୍ଜନ କରି ଅଗ୍ନି ଓ ଧୁଆଁ ସହ ଘୁରି ବୁଲିବା ଦୃଶ୍ୟକୁ ଦର୍ଶକ ମାନେ ମନଭରି ଉପଭୋଗ କରିଥିଲେ । ଉଭୟ ଗ୍ରାମ ମଧ୍ୟରେ ୨୯ଟି କାଠଚକ୍ର ବାଣ ସମେତ ଗଡମ୍ବା, ଚକ୍ରି ଓ ଅନ୍ୟାନ୍ୟ ରଙ୍ଗିନ ଆତସବାଜି ପ୍ରଦର୍ଶନ  କରାଯାଇଥିଲା । ଆଖପାଖ ଅଞ୍ଚଳରୁ ୧୦ହଜାରରୁ ଉର୍ଦ୍ଧ ଜନସମାଗମ ହୋଇଥିବା ବେଳେ ବିଭିନ୍ନ ଅସ୍ଥାୟୀ ଦୋକାନ ବଜାର ଖୋଲାଯାଇଥିଲା ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories