www.samajalive.in
Monday, December 15, 2025
14.1 C
Bhubaneswar

କାଚଥିବୁ ଦ୍ବୀପ ପ୍ରସଙ୍ଗରେ ଶାସକ ବିରୋଧୀ ମୁହାଁମୁହିଁ

ନୂଆଦିଲ୍ଲୀ: କାଚଥିବୁ ଦ୍ବୀପ ପ୍ରସଙ୍ଗରେ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। କାଚଥିବୁ ଦ୍ବୀପ ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କଂଗ୍ରେସକୁ ସମାଲୋଚନା କରିଥିବାବେଳେ ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମ୍ ଏହାର ଜବାବ ଦେଇଛନ୍ତି। ଚିଦମ୍ବରମ୍ କହିଛନ୍ତି ଯେ କାଚଥିବୁ ଦ୍ବୀପ ପ୍ରସଙ୍ଗରେ ଜୟଶଙ୍କର କଳାବାଜି କରୁଛନ୍ତି। ସେହିପରି କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି ଯେ ଜୟଶଙ୍କର ଜଣେ ବୈଦେଶିକ ସେବା ଅଧିକାରୀରୁ ଏବେ ଆରଏସଏସ୍-ବିଜେପିରୁ ମୁଖପାତ୍ର ପାଲଟିଛନ୍ତି। ଜୟଶଙ୍କର ସମାଲୋଚନା ଉପରେ ଜବାବ ରଖି ଚିଦମ୍ବରମ୍ ତାଙ୍କ ସୋସିଆଲ ଏକ୍ସ ପୋଷ୍ଟରେ ଲେଖିଛନ୍ତି ଯେ ଗତ ୫୦ବର୍ଷ ହେଲା ଭାରତୀୟ ମତ୍ସ୍ୟଜୀବୀଙ୍କୁ ବିଭିନ୍ନ ସମୟରେ ଶ୍ରୀଲଙ୍କା ନୌସେନା ଗିରଫ କରିଆସୁଛି। ଭାରତ ସରକାର ଆଲୋଚନା କରି ମତ୍ସ୍ୟଜୀବୀମାନଙ୍କୁ ମୁକ୍ତ କରିବା ଦିଗରେ ପଦକ୍ଷେପ ନେଉଛନ୍ତି। ଜୟଶଙ୍କର ​ବୈଦେଶିକ ସେବା ଅଧିକାରୀ, ବୈଦେଶିକ ସଚିବ ଓ ବୈଦେଶିକ ମନ୍ତ୍ରୀ ଥିବା ସମୟରେ ଏହା ଘଟିଆସୁଛି। ମାତ୍ର ଏହି ପ୍ରସଙ୍ଗକୁ ନେଇ ଜୟଶଙ୍କର କଂଗ୍ରେସ ଓ ଡିଏମ୍‌କେକୁ ସମାଲୋଚନା କରିବାର ଯଥାର୍ଥତା ନାହଁ। ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ମଧ୍ୟ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କା ନୌସେନା ଗିରଫ କରିଥିଲା। ସେହିପରି ୨୦୧୪ରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରଠାରୁ ମଧ୍ୟ ଭାରତୀୟ ମତ୍ସ୍ୟଜୀବୀମାନେ ଶ୍ରୀଲଙ୍କା ନୌସେନା ଦ୍ବାରା ଗିରଫ ହୋଇଆସୁଛନ୍ତି। କାଚଥିବୁ ଦ୍ବୀପକୁ ୧୯୭୪ରେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ବ କଂଗ୍ରେସ ସରକାର ଶ୍ରୀଲଙ୍କା ସରକାରଙ୍କ ହାତକୁ ଟେକି ଦେଇଥିଲେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।

ପ୍ରଧାନମନ୍ତ୍ରୀଙ୍କ ଏହି କଥାକୁ ଜୟଶଙ୍କର ​ସୋମବାର ଦୋହରାଇ ଥିବାବେଳେ କଂଗ୍ରେସ ଉପରୋକ୍ତ ଜବାବ ରଖିଛି। ଚିଦମ୍ବରମ୍‌ଙ୍କ ଯୁକ୍ତିକୁ ସମର୍ଥନ ଜଣାଇ ଦଳର ଅନ୍ୟତମ ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି ଯେ କାଚଥିବୁ ଦ୍ବୀପକୁ ଚିହ୍ନଟ କରାଯାଇଥିଲା। ଭାରତ ଶ୍ରୀଲଙ୍କା ମଧ୍ୟରେ ଯେଉଁ ରାଜିନାମା ହୋଇଥିଲା ସେଥିରେ କୌଣସି ସ୍ଥାନକୁ ଛାଡିବା କିମ୍ବା ଅଧିଗ୍ରହଣ କରିବା ପ୍ରସଙ୍ଗ ନଥିଲା। ଅନ୍ୟପଟେ ଏହି ଦ୍ବୀପଟି ଭାରତ-ଶ୍ରୀଲଙ୍କା ଜଳସୀମାର ଶ୍ରୀଲଙ୍କା ପଟେ ରହିଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories