www.samajalive.in
Sunday, December 7, 2025
26.1 C
Bhubaneswar

ଶ୍ରୀନଗର ସଚିବାଳୟରୁ ହଟିଲା ଜାମ୍ମୁ-କାଶ୍ମୀର ପତାକା

ଶ୍ରୀନଗର : ଜାମ୍ମୁ-କାଶ୍ମୀରରୁ ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର ଓ ରାଜ୍ୟର ପୁନର୍ଗଠନ ପରେ ରବିବାର ଶ୍ରୀନଗରସ୍ଥିତ ସଚିବାଳୟରୁ ରାଜ୍ୟର ସ୍ବତନ୍ତ୍ର ପତାକା ହଟାଯାଇ କେବଳ ଭାରତର ଜାତୀୟ ପତାକା ଲଗାଯାଇଛି। ସ୍ୱତନ୍ତ୍ର ରାଜ୍ୟ ଥିବା ସମୟରେ ଶ୍ରୀନଗର ସଚିବାଳୟରେ ଭାରତର ଜାତୀୟ ପତାକା ସହ ଜାମ୍ମୁ-କାଶ୍ମୀରର ସ୍ବତନ୍ତ୍ର ରାଜ୍ୟ ପତାକା ଲଗାଯାଉଥିଲା। ଏବେ କେବଳ ଭାରତର ଜାତୀୟ ପତାକା ଶ୍ରୀନଗର ସଚିବାଳୟରେ ଉଡ଼ିବ।

କେବଳ ସଚିବାଳୟ ନୁହେଁ ଜାମ୍ମୁ-କାଶ୍ମୀରର ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟରେ ଏଣିକି କେବଳ ତ୍ରିରଙ୍ଗା ପତାକା ଉଡିବ। ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ୬୭ ବର୍ଷ ହେଲା ଜାମ୍ମୁ-କାଶ୍ମୀର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ତ୍ରିରଙ୍ଗା ସହିତ ନିଜର ରାଜ୍ୟ ପତାକା ଉଡ଼ାଯାଉଥିଲା। ରାଜ୍ୟ ପତାକାକୁ ହଟାଇ ନିଆଯିବ ନେଇ ରାଜ୍ୟର ଆଞ୍ଚଳିକ ରାଜନୈତିକ ଦଳ ଓ ସ୍ଥାନୀୟ ବିଚ୍ଛିନ୍ନତାବାଦୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିବା ଜଣାଯାଇଛି। ଜଣେ ସୁରକ୍ଷା କର୍ମଚାରୀଙ୍କ କହିବା ଅନୁଯାୟୀ ରାଜ୍ୟ ପତାକା ହଟାଯିବାର ଦୃଶ୍ୟକୁ ଲୋକମାନେ ନିଜ କ୍ୟାମେରାରେ ଉତ୍ତୋଳନ କରୁଛନ୍ତି। ମାତ୍ର ଏହା ଉପରେ କୌଣସି ପ୍ରତିକ୍ରିୟା ପ୍ରକାଶ କରୁ ନାହାନ୍ତି। ଅକ୍ଟୋବର ୩୧ରେ ଜାମ୍ମୁ-କାଶ୍ମୀର ପୁନର୍ଗଠନ ପ୍ରକ୍ରିୟା କାର୍ଯ୍ୟକାରୀ ହେବା ପରେ ଏହି ରାଜ୍ୟ ପତାକାକୁ ହଟାଯିବାର ଥିଲା। ୧୯୫୨ରେ ଜାମ୍ମୁ-କାଶ୍ମୀର ସରକାର ଓ ଭାରତ ସରକାରଙ୍କ ମଧ୍ୟରେ ସ୍ବାକ୍ଷରିତ ରାଜିନାମା ଅନୁଯାୟୀ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଜାତୀୟ ପତାକା ସହିତ ରାଜ୍ୟ ପତାକା ଉଡାଯିବ। ଲାଲ ରଙ୍ଗର ରାଜ୍ୟ ପତାକା ୧୯୩୧ ଜୁଲାଇ ୧୩ରେ ଜାମ୍ମୁ-କାଶ୍ମୀରରେ ହୋଇଥିବା ରକ୍ତପାତକୁ ସୂଚନା ଦିଏ। ସେହିପରି ପତାକାରେ ରହିଥିବା ତିନିଟି ଷ୍ଟ୍ରାଇପ ଜାମ୍ମୁ, କାଶ୍ମୀର ଓ ଲଦାଖ ଅଞ୍ଚଳକୁ ପ୍ରତିନିଧିତ୍ବ କରିଥାଏ। ଅଗଷ୍ଟ ୫ରେ ଧାରା ୩୭୦ ଉଚ୍ଛେଦ ହେବା ପରେ ଜାମ୍ମୁ-କାଶ୍ମୀର ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ହରାଇବା ସହିତ ରାଜ୍ୟର ପୁନର୍ଗଠନ କରାଯାଇ ଜାମ୍ମୁ-କାଶ୍ମୀର ଓ ଲଦାଖ ନାମରେ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ କରି ଦିଆଯାଇଥିଲା। ଜାମ୍ମୁ-କାଶ୍ମୀରରେ ବିଧାନସଭା ରହୁଥିବା ବେଳେ ଲଦାଖରେ ବିଧାନସଭା ରହିବ ନାହିଁ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories