www.samajalive.in
Monday, December 8, 2025
14.1 C
Bhubaneswar

କାଶୀପୁରରେ ଜନନୀ ଯନ୍ତ୍ରଣା-ରାସ୍ତା କଡରେ ପ୍ରସବ କଲେ ପ୍ରସୂତି

କାଶୀପୁର:ରାୟଗଡା ଜିଲା କାଶୀପୁର ବ୍ଲକରେ ଥମୁନି ଜନନୀ ଯନ୍ତ୍ରଣା। ପ୍ରତିଦିନ ଜିଲାର ବିଭିନ୍ନ ସ୍ଥାନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛୁ। କେଉଁଠି ଗର୍ଭବତୀଙ୍କୁ ଭାରରେ ବୁହା ହେଉଛି, ତ ଅନ୍ୟ କେଉଁଠି ରାସ୍ତା କଡରେ ପ୍ରସୂତି ଜନ୍ମ ଦେଉଥିବା ଦେଖିବାକୁ ମିଳିଛି। ଏହି ଦୁଇଟି ଯାକ ଦୃଶ୍ୟ ରାୟଗଡା ଜିଲା କାଶୀପୁର ବ୍ଲକରେ ଆଜି ଦେଖିବାକୁ ମିଳିଛି। ଗାଁକୁ ରାସ୍ତା ନଥିବାରୁ ପ୍ରଥମେ ଗର୍ଭବତୀଙ୍କୁ ଭାରରେ ବୁହା ଯାଇଥିଲା ଏବଂ ପରେ ଆଶା ଦିଦି ସାହଯ୍ୟରେ ରାସ୍ତା କଡରେ ପ୍ରସୂତି ପ୍ରସବ କରିଥିଲେ।
ସୂଚନାଯୋଗ୍ୟ, ରାୟଗଡା ଜିଲା କାଶୀପୁର ବ୍ଲକର ମାଇକଞ୍ଚ ଗ୍ରାମ ପଞ୍ଚାୟତ ଅଧିନରେ ଥିବା ସିନ୍ଧିଗୁଡା ଗ୍ରାମର ଲମ୍ବୁଧର ଗୌଡଙ୍କ ପତ୍ନୀ କୁନ୍ତଲା ଗୌଡ (୧୯)ଙ୍କୁ ପ୍ରସବ ଯନ୍ତ୍ରଣା ହୋଇଥିଲା।

 

- Advertisement -

ପରିବାର ଲୋକେ ୧୦୮ ଆମ୍ବୁଲାନସକୁ ଯୋଗାଯୋଗ କରିଥିଲେ। ହେଲେ ଗାଁକୁ ରାସ୍ତା ନଥିବାରୁ ଗାଡି ଅଧା ବାଟରେ ଅଟକି ରହିଥିଲା। ଆଶା ଦିଦି ମାଣିକ ଦଳପତି, ୧୦୨ଆମ୍ବୁଲାନସ ଚାଳକ ପରୀକ୍ଷିତ ନାଏକ ଏବଂ କୈଳାଶ ଲିମା ଭାର ଯୋଗେ ଗର୍ଭବତୀକୁ ନଦୀପାର କରି ଆଣିଥିଲେ। କିନ୍ତୁ ପ୍ରସବ ବେଦନା ଅତ୍ୟାଧିକ ହେବାରୁ ଆମ୍ବୁଲାନସ ନିକଟରେ ପହଞ୍ଚିବା ପୂର୍ବରୁ ଆଶା ଦିଦି ସାହାଯ୍ୟରେ ରାସ୍ତା କଡ଼ରେ ପ୍ରସୂତି ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ଏହାପରେ ମା ଏବଂ ନବଜାତକଙ୍କୁ ତୁରନ୍ତ ଡଙ୍ଗାସିଲ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଚିକିତ୍ସା ପରେ ଉଭୟ ମାଆ ଏବଂ ନବଜାତକ ସୁସ୍ଥ ରହିଛନ୍ତି ବୋଲି ଡଙ୍ଗାସିଲ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତର ସୂଚନା ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories