କାର୍ତ୍ତିଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ଜାମିନ
ନୂଆଦିଲ୍ଲୀ : ଆଇଏନଏକ୍ସ ମିଡିଆ ମାମଲାରେ ଗିରଫ ହୋଇଥିବା କାର୍ତ୍ତି ଚିଦମ୍ବରମଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଭାସ୍କରରମଣଙ୍କୁ ସ୍ଥାନୀୟ ଅଦାଲତ ମଙ୍ଗଳବାର ଜାମିନ ପ୍ରଦାନ କରିଛନ୍ତି। ଦୁଇ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକା ଓ ଅନୁରୂପ ପରିମାଣର ସ୍ୟୁରିଟି ବଣ୍ଡ୍ ଦାଖଲ କରିବାପରେ ଭାସ୍କରଙ୍କୁ ଜାମିନ ମିଳିଛି। ଅଦାଲତଙ୍କ ବିନା ଅନୁମତିରେ ବିଦେଶ ଯାତ୍ରା ନ କରିବାକୁ ଭାସ୍କରଙ୍କୁ ନିର୍ଦେଶ ଦିଆଯାଇଛି। ଫେବୃଆରୀ ୧୬ରେ ପ୍ରବର୍ତ୍ତନ ନିର୍ଦେଶାଳୟ ଅଧିକାରୀମାନେ ଭାସ୍କରଙ୍କୁ ଦିଲ୍ଲୀର ଏକ ପଞ୍ଚତାରକା ହୋଟେଲରୁ ଗିରଫ କରିଥିଲେ।