www.samajalive.in
Monday, December 15, 2025
14.1 C
Bhubaneswar

ଆରମ୍ଭ ହେଲା କାର୍ତ୍ତିକ ବ୍ରତ ; ଏକାମ୍ର କ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼

ଭୁବନେଶ୍ୱର : ସୋମବାରଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ହେବ। ଏକାମ୍ର କ୍ଷେତ୍ରରେ ରହି କାର୍ତ୍ତିକ ବ୍ରତ ପାଳନ ପାଇଁ ହବିଷ୍ୟାଳିଙ୍କ ସମାଗମ ହୋଇଛି । ଏହିସବୁ ହବିଷ୍ୟାଳିମାନେ ବିଭିନ୍ନ ମଠମନ୍ଦିର, ଧର୍ମଶାଳା, ଲଜିଂ ଏବଂ ସମ୍ପର୍କୀୟଙ୍କ ଘରେ ଏହି ଏକମାସ ବ୍ୟାପି କାର୍ତ୍ତିକ ବ୍ରତ ପାଳନ କରିବେ। ଶ୍ରଦ୍ଧାଳୁମାନେ ବିନ୍ଦୁସାଗର ସମେତ ବିଭିନ୍ନ ପୁଷ୍କରିଣୀରେ ସ୍ନାନ କରି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ସମେତ ଅନନ୍ତ ବାସୁଦେବଙ୍କୁ ଦର୍ଶନ କରିବାକୁ ଥିବାରୁ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିଶେଷକରି ବରିଷ୍ଠ ନାଗରିକଙ୍କ ନିରାପତ୍ତା ଲାଗି ସ୍ବତନ୍ତ୍ର ପୁଲିସ ବନ୍ଦୋବସ୍ତ କରାଯାଉଥିବା ସୂଚନା ମିଳିଛି ।  ହବିଷ୍ୟାଳିମାନେ ଦିନକୁ ଗୋଟିଏ ଥର ହବିଷାନ୍ନ ଖାଇବା ସହ ପ୍ରତ୍ୟହ ରାଧାଦାମୋଦର ପୂଜା, ତୁଳସୀ ଚଉରା ପୂଜା, କାର୍ତ୍ତିକ ପୁରାଣ ପାଠ ଏବଂ ଆକାଶଦୀପରେ ଦୀପଦାନ କରିବେ। ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ କାର୍ତ୍ତିକ ମାସରେ ଶ୍ରୀଜୀଉଙ୍କ ସେବାପୂଜା ପାଇଁ ସ୍ୱତନ୍ତ୍ର ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ପ୍ରତ୍ୟୁଷରୁ ମନ୍ଦିର ଦ୍ୱାର ଫିଟାଯାଇ ଶ୍ରୀଜୀଉଙ୍କ ମଙ୍ଗଳଆଳତୀ କରାଯିବା ପରେ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ। ପରମ୍ପରା ଅନୁଯାୟୀ କାର୍ତ୍ତିକ ମାସରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କୁ ଏକମାସ ବ୍ୟାପୀ ପ୍ରତ୍ୟହ ରାଧାଦାମୋଦର ବେଶ କରାଯିବା ଲାଗି ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି।
ଏକାମ୍ର କ୍ଷେତ୍ରରେ ଥିବା ବିନ୍ଦୁସାଗର, ପାପନାଶିନୀ, ଗଙ୍ଗାଯମୁନା, କୋଟିତୀର୍ଥ, ବ୍ରହ୍ମେଶ୍ବରର ବ୍ରହ୍ମକୁଣ୍ଡ, ମେଘେଶ୍ବରର ଶଙ୍ଖକୁଣ୍ଡ ଆଦି ବିଭିନ୍ନ ତୀର୍ଥପୁଷ୍କରିଣୀ କେନ୍ଦ୍ରପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଉନଥିବା ଯୋଗୁଁ ଏହାର ଜଳ ବ୍ୟବହାର ଅନୁପଯୋଗୀ ହୋଇପଡ଼ିଥିବା ଅଭିଯୋଗ ହେଉଛି। କାର୍ତ୍ତିକ ଆରମ୍ଭ ହୋଇଯାଇଥିବାରୁ ପର୍ଯ୍ୟଟକ ତଥା ବ୍ରତଧାରୀଙ୍କ ସୁରକ୍ଷା ଦୃଷ୍ଟିରୁ ଐତିହ୍ୟ ପୁଷ୍କରିଣୀର ଯତ୍ନନେବା ଲାଗି ସ୍ଥାନୀୟ ଲୋକେ ଦାବି କରିଛନ୍ତି। କେନ୍ଦ୍ରପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାର ସଂରକ୍ଷଣ ସହାୟକ ନିର୍ମଳ ମହାପାତ୍ର କହିଛନ୍ତି, ବିଭାଗ ତରଫରୁ ଏବେ ତୀର୍ଥପୁଷ୍କରିଣୀଗୁଡ଼ିକୁ ପରିଷ୍କାର ପରିଚ୍ଛନ୍ନ କରିବା ଲାଗି ପଦକ୍ଷେପ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଦେବୀ ପାଦହରା, ପାପନାଶିନୀ ଓ ରାମେଶ୍ବର ତୀର୍ଥ ପୁଷ୍କରିଣୀକୁ ବିଭାଗ ପକ୍ଷରୁ ସଫା କରାଯାଉଛି। ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ବ୍ରହ୍ମକୁଣ୍ଡ ସହିତ ଅନ୍ୟ ପୁଷ୍କରିଣୀକୁ ସଫା କରିବା ଲାଗି ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories