ସୀମା ଅତିକ୍ରମ କରୁଥିବା ଡ୍ରୋନକୁ ଆଉ ମିଳିବନି ନିସ୍ତାର ଗୁଳିକରି ଖସାଇବାକୁ ସୁରକ୍ଷାବାହିନୀକୁ ମିଳିଲା ଅନୁମତି
ନୂଆଦିଲ୍ଲୀ:ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନଗୁଡିକ ଅସ୍ତ୍ରଶସ୍ତ୍ର ଓ ମାଦକଦ୍ରବ୍ୟ ଚାଲାଣ ନିମନ୍ତେ ଡ୍ରୋନ ବ୍ୟବହାର କରୁଥିବାବେଳେ ଏହାକୁ ଦମନ ପାଇଁ ସୁରକ୍ଷାବାହିନୀକୁ ସରକାର ପୂର୍ଣ୍ଣ ଅନୁମତି ଦେଇଛନ୍ତି। ଆନ୍ତର୍ଜାତିକ ସୀମା ଅତିକ୍ରମ କରି ଆସୁଥିବା ଏପରି ଡ୍ରୋନଗୁଡିକୁ ଗୁଳିକରି ନଷ୍ଟ କରିଦେବାକୁ ସୁରକ୍ଷାବାହିନୀକୁ ଅନୁମତି ଦିଆଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ୧୦୦୦ ଫୁଟରୁ କମ୍ ଉଚ୍ଚତାରେ ଉଡୁଥିବା ଡ୍ରୋନକୁ ଗୁଳିକରିବାକୁ କୁହାଯାଇଛି। ତେବେ ୧୦୦୦ ଫୁଟରୁ ଅଧିକ ଉଚ୍ଚରେ ଉଡୁଥିବା ଡ୍ରୋନକୁ ଗୁଳି କରିବାକୁ ଅନୁମତି ନେବାକୁ ପଡିବ। ନିକଟରେ ପଞ୍ଜାବ ସୀମାରେ ପାକିସ୍ତାନ ଆତଙ୍କବାଦୀ ସଂଗଠନ ଡ୍ରୋନ ଦ୍ବାରା ଅସ୍ତ୍ରଶସ୍ତ୍ର ପକାଇବା ଘଟଣା ଚର୍ଚ୍ଚାରେ ରହିଛି। ଆତଙ୍କବାଦୀ ସଂଗଠନ ନିୟମିତ ଭାବେ ଡ୍ରୋନ ଦ୍ବାରା ଅସ୍ତ୍ରଶସ୍ତ୍ର ଚାଲାଣ କରୁଥିବା ଗୁଇନ୍ଦା ଏଜେନ୍ସିଗୁଡିକ ଏହାର ତଦନ୍ତ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଗୁଇନ୍ଦା ବିଭାଗର ରିପୋର୍ଟରେ ଡ୍ରୋନଗୁଡିକୁ ଗୁଳିକରିବାକୁ ଅନୁମତି ଦିଆଯାଇଛି।
Comments are closed.