www.samajalive.in
Sunday, December 14, 2025
19.1 C
Bhubaneswar

କାର୍ତ୍ତି ଚିଦମ୍ବରମ ଗିରଫ

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦମ୍ବରମଙ୍କ ପୁଅ କାର୍ତ୍ତି ଚିଦମ୍ବରମ୍‌ଙ୍କୁ ସିବିଆଇ ଗିରଫ କରିଛି । ବେଆଇନ ଅର୍ଥ କାରବାର ଅଭିଯୋଗରେ ଚେନ୍ନାଇ ବିମାନ ବନ୍ଦରରୁ କାର୍ତ୍ତିଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଏହା ପୂର୍ବରୁ କାର୍ତ୍ତିଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟ ଏସ୍‌ ଭାସ୍କରରମଣଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଗିରଫ କରିଥିଲା । ଆଇଏନଏକ୍ସ ମିଡିଆରେ ବେଆଇନ ଅର୍ଥ କାରବାର ଅଭିଯୋଗରେ କାର୍ତ୍ତିଙ୍କୁ ଗିରଫ କରାଯାଇଛି। ଗିରଫ ପରେ ତାଙ୍କୁ ଦିଲ୍ଲୀସ୍ଥିତ ଏକ ଅଦାଲତରେ ହାଜର କରାଯିବ। ସେପଟେ କାର୍ତ୍ତିଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟ ଏସ୍‌ ଭାସ୍କରରମଣଙ୍କୁ ଦିଲ୍ଲୀର ଏକ ଅଦାଲତ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । କାର୍ତ୍ତିଙ୍କୁ ଇଡ଼ି ଓ ସିବିଆଇ ପକ୍ଷରୁ ବିଭିନ୍ନ ସମୟରେ ପଚରାଉଚୁରା କରାଯାଇଥିଲା। ଏବେ ତାଙ୍କୁ ଗିରଫ କରାଯାଇଛି । ଅଭିଯୋଗ ଅନୁସାରେ ଆଇଏନଏକ୍ସ ମିଡିଆର ବିଦେଶ ନିବେଶକୁ ମଞ୍ଜୁରୀ ଦେବା ନିମନ୍ତେ କାର୍ତ୍ତି ଆଇଏନଏକ୍ସଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିଲେ । ଏହାଦ୍ୱାରା ଆଇଏନଏକ୍ସକୁ ୪ କୋଟି ଟଙ୍କାର ବିଦେଶ ପୁଞ୍ଜି ନିବେଶର ମଞ୍ଜୁରୀ ମିଳିଥିଲା । କିନ୍ତୁ ଏହାର ଦୁରୁପଯୋଗ କରି ଆଇଏନ୍‌ଏକ୍ସ ୩୦୫ କୋଟି ଟଙ୍କା ହାତେଇ ନେଇଥିଲା । ଅଭିଯୋଗ ମଧ୍ୟରେ ଆଇଏନ୍‌ଏକ୍ସ ମିଡିଆ ପ୍ରା.ଲି ମୁମ୍ବଇ ନିର୍ଦେଶକ ଇନ୍ଦ୍ରାଣୀ ମୁଖାର୍ଜୀ, ଆଇଏନ୍‌ଏକ୍ସ ମିଡିଆ ପ୍ରା.ଲି ନିର୍ଦେଶକ ପିଟର ମୁଖାର୍ଜୀଙ୍କ ନାମ ରହିଛି ।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories