ବିଜେପୁରରେ ବିଜେଡିର ବୃହତ ବିଜୟ

0

ବିଜେପୁର : ବିଜେପୁର ବିଧାନସଭା ଉପନିର୍ବାଚନରେ ବିଜେଡି ପ୍ରାର୍ଥିନୀ ରୀତା ସାହୁ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ରୀତା ତାଙ୍କ ନିକଟତମ ପ୍ରତିଦ୍ୱଦ୍ୱୀ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ପ୍ରାୟ ୪୧ ହଜାର ୯୩୩ ଖଣ୍ଡ ଭୋଟ ବ୍ୟବଧାନରେ ହରାଇ ବୃହତ ବିଜୟ ଲାଭ କରିଛନ୍ତି । ପଞ୍ଚାୟତ ନିର୍ବାଚନରେ ଗେରୁଆ ରଙ୍ଗ ପିନ୍ଧିଥିବା ବିଜେପୁର ହୋଲି ପୂର୍ବରୁ ଗେରୁଆ ବଦଳାଇ ଶାଗୁଆ ରଙ୍ଗରେ ରଙ୍ଗାଇତ ହୋଇଛି । ତେବେ ଗତ ବିଧାନସଭା ନିର୍ବାଚନର ବିଜୟ ଲାଭ କରିଥିବା କଂଗ୍ରେସ ଉପନିର୍ବାଚନରେ ମୁଳପୋଛ ହୋଇଯାଇଛି । ଉପନିର୍ବାଚନରେ ୧୩ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିଲେ । ହେଲେ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ମୁଖ୍ୟତଃ ପ୍ରତିଦ୍ୱଦ୍ୱୀତା ହୋଇଥିଲା । ବିଜେପୁରର ପୂର୍ବତନ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ ଆସନ ଖାଲିପଡିଥିଲା । ବିଜେଡି ୰ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ ପ୍ରାର୍ଥୀ କରି ଅନୁକମ୍ପା ମୂଳକ ଭୋଟ ହାତେଇବାରେ ସଫଳ ହୋଇଛି ।  ଫେବୃଆରୀ ୨୪ରେ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯାଇଥିଲା । ୭୨% ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିଥିଲେ । ଆଜି ୧୪ଟି ଟେବୁଲରେ ୨୧ ରାଉଣ୍ଡରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇଛି । ଶେଷ ସୁଦ୍ଧା ବିଜେଡି ପ୍ରଥମ ସ୍ଥାନରେ, ବିଜେପି ଦ୍ୱିତୀୟ ଓ କଂଗ୍ରେସ ତୃତୀୟ ସ୍ଥାନରେ ରହିଛନ୍ତି । ବିଜେଡିର ବିଜୟ ପରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଭୋଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଫଳାଫଳ ପ୍ରକାଶ ପରେ ବିଜେପିକୁ ଶକ୍ତ ଧକ୍କା ଲାଗିଛି ।  ଏହି ଫଳାଫଳରୁ ପଶ୍ଚିମ ଓଡ଼ିଶାରେ ବିଜେପିର ପତିଆରା କମିଛି ବୋଲି ଅନେକ ବିଶେଷଜ୍ଞ ମତ ଦେଇଛନ୍ତି ।

ଉପନିର୍ବାଚନରେ ବିଜେଡି ପ୍ରାର୍ଥିନୀ ରୀତା ସାହୁଙ୍କୁ ୧୦,୨୮୭୧, ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୬୦,୯୩୮, କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କୁ ୧୦,୨୭୪ ଖଣ୍ଡ ଭୋଟ ମିଳିଛି ।

ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡିକୁ ୫୬୭୫ ଭୋଟ, ବିଜେପିକୁ ୨୬୭୯ ଭୋଟ, କଂଗ୍ରେସକୁ ୩୧୫ ଭୋଟ ମିଳିଥିଲା।

ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୧୧୬୭୬, ବିଜେପି ୫୯୧୦ ଓ କଂଗ୍ରେସକୁ ୬୮୩ ଖଣ୍ଡ ଭୋଟ ମିଳିଥିଲା ।

ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୧୭୩୮୭, ବିଜେପିକୁ ୯୮୦୦, କଂଗ୍ରେସକୁ ୯୪୮ ଖଣ୍ଡ ଭୋଟ ମିଳିଥିଲା ।

ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୨୩୦୫୪, ବିଜେପିକୁ ୧୪୧୭୫, କଂଗ୍ରେସକୁ ୧୪୨୫ ଖଣ୍ଡ ଭୋଟ ମିଳିଛି ।

ପଞ୍ଚମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୨୮୬୨୧, ବିଜେପିକୁ ୧୬୬୨୮, କଂଗ୍ରେସକୁ ୧୭୬୨ ଖଣ୍ଡ ଭୋଟ ମିଳିଥିଲା ।

ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୩୩୩୭୭, ବିଜେପିକୁ ୨୦୫୭୯, କଂଗ୍ରେସକୁ ୧୮୭୭ ଖଣ୍ଡ ଭୋଟ ମିଳିଥିଲା ।

ଷପ୍ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୩୮୮୧୪, ବିଜେପିକୁ ୨୩୭୩୯, କଂଗ୍ରେସକୁ ୨୦୮୩ ଖଣ୍ଡ ଭୋଟ ମିଳିଥିଲା ।

ଅଷ୍ଟମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୪୫୦୪୪, ବିଜେପିକୁ ୨୫୯୮୯, କଂଗ୍ରେସକୁ ୨୨୬୩ ଖଣ୍ଡ ଭୋଟ ମିଳିଥିଲା ।

ଦଶମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୫୪୧୦୪, ବିଜେପିକୁ ୩୧୩୬୬, କଂଗ୍ରେସକୁ ୨୭୮୮ ଖଣ୍ଡ ଭୋଟ ମିଳିଥିଲା ।

ଏକାଦଶ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୫୯୨୯୮, ବିଜେପିକୁ ୩୪୧୩୨, କଂଗ୍ରେସକୁ ୨୯୮୦ ଖଣ୍ଡ ଭୋଟ ମିଳିଥିଲା ।

ଦ୍ୱାଦଶ ରାଉଣ୍ଡ ସୁଦ୍ଧା ବିଜେଡିକୁ ୬୫୪୦୧, ବିଜେପିକୁ ୩୭୧୧୯, କଂଗ୍ରେସକୁ ୩୨୫୯ ଖଣ୍ଡ ଭୋଟ ମିଳିଥିଲା ।

ତ୍ରୟୋଦଶ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୭୧୪୫୪, ବିଜେପିକୁ ୪୦୨୨୬, କଂଗ୍ରେସକୁ ୩୫୨୭ ଖଣ୍ଡ ଭୋଟ ମିଳିଥିଲା ।

ଚତୁର୍ଦଶ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୭୫୭୪୦, ବିଜେପିକୁ ୪୩୧୬୧, କଂଗ୍ରେସକୁ ୩୭୫୫ ଖଣ୍ଡ ଭୋଟ ମିଳିଥିଲା ।

ପଞ୍ଚଦଶ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୮୧୪୮୮, ବିଜେପିକୁ ୪୫୧୯୦, କଂଗ୍ରେସକୁ ୪୬୦୮ ଖଣ୍ଡ ଭୋଟ ମିଳିଥିଲା ।

ଷଷ୍ଠଦଶ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୮୪୯୬୯, ବିଜେପିକୁ ୪୮୧୮୨, କଂଗ୍ରେସକୁ ୬୪୫୧ ଖଣ୍ଡ ଭୋଟ ମିଳିଥିଲା ।

ସପ୍ତଦଶ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୮୮୯୨୯, ବିଜେପିକୁ ୫୧୭୯୧, କଂଗ୍ରେସକୁ ୭୨୧୩ ଖଣ୍ଡ ଭୋଟ ମିଳିଥିଲା ।

୧୮ ରାଉଣ୍ଡ ସୁଦ୍ଧା ବିଜେଡିକୁ ୯୩୨୮୩, ବିଜେପିକୁ ୫୫୦୧୫, କଂଗ୍ରେସକୁ ୭୯୧୪ ଖଣ୍ଡ ଭୋଟ ମିଳିଥିଲା ।

୧୯ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୯୭୭୨୪, ବିଜେପିକୁ ୫୭୪୭୬, କଂଗ୍ରେସକୁ ୮୯୩୪ ଖଣ୍ଡ ଭୋଟ ମିଳିଥିଲା ।

୨୦ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୧୦୧୪୩୫, ବିଜେପିକୁ ୫୯୮୯୬, କଂଗ୍ରେସକୁ ୧୦୧୫୩ ଖଣ୍ଡ ଭୋଟ ମିଳିଥିଲା ।

Leave A Reply