www.samajalive.in
Sunday, December 7, 2025
18.1 C
Bhubaneswar

ଭ୍ରମଣ ପାଇଁ କର୍ଣ୍ଣାଟକର ରମଣୀୟ ସ୍ଥାନ

ବେଙ୍ଗାଲୁରୁ : କର୍ଣ୍ଣାଟକର ସବୁଜୀମାରେ ପରିପୂର୍ଣ୍ଣ ପାହାଡ଼ଗୁଡ଼ିକର ଦୃଶ୍ୟ ମୌସୁମୀ ପରେ ପରେ ଆହୁରି ଆକର୍ଷକ ହୋଇପଡ଼େ। ତେଣୁ ଦକ୍ଷିଣ ଭାରତର କୌଣସି ସ୍ଥାନକୁ ବୁଲିବାକୁ ଯିବା ପାଇଁ ବର୍ଷାଦିନର ପରବର୍ତ୍ତୀ ସମୟ ବେଶ୍‍ ଉପଯୋଗୀ। କାରଣ ସେହି ସମୟର ପାଗ ଓ ପରିବେଶ ଅତୀବ ମନୋରମ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା କର୍ଣ୍ଣାଟକର କିଛି ଭ୍ରମଣଯୋଗ୍ୟ ଓ ମନୋରମ ସ୍ଥାନ ବିଷୟରେ –

କର୍ଣ୍ଣାଟକର ଦର୍ଶନୀୟ ସ୍ଥାନ :

- Advertisement -

କର୍ଣ୍ଣାଟକର ପଶ୍ଚିମ ଘାଟରେ ମୁଲ୍ଲୟାନଗିରି ଓ ବାବା ବୁଦନ ଗିରି ପର୍ବତ ଭ୍ରମଣ ପାଇଁ ଉଦ୍ଦିଷ୍ଟ ଦୁଇଟି ମନୋରମ ସ୍ଥାନ। ହେଲେ ଏହି ସ୍ଥାନରେ ପହଞ୍ଚିବା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ କାରଣ ମୁଲ୍ଲୟାନଗିରି କର୍ଣ୍ଣାଟକର ସବୁଠାରୁ ଶିଖରତମ ସ୍ଥାନ।

ଏଠାରେ ସନ୍ଥ ମୁଲ୍ଲପା ସ୍ୱାମୀଙ୍କ ମନ୍ଦିର ଅବସ୍ଥିତ। ଏହି କାରଣରୁ ଏହି ସ୍ଥାନର ନାମ ମୁଲ୍ଲୟାନଗିରି। ଏଠାରେ ପହଞ୍ଚିବା ପାଇଁ ବହୁ ଦୂର ପର୍ବତ ଆରୋହଣ କରିବାକୁ ପଡ଼ିଥାଏ। ହେଲେ ଯାତ୍ରା ସମୟରେ ଦେଖିବାକୁ ମିଳୁଥିବା ମନୋରମ ଦୃଶ୍ୟ ଏହି ଲମ୍ବା ଯାତ୍ରାକୁ ବେଶ୍‍ ସ୍ମରଣୀୟ ଓ ଖୁସିପ୍ରଦ କରିବାରେ ସାହାଯ୍ୟ କରିଥାଏ। ଏଠାରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଦର୍ଶନ କରିବା ବାସ୍ତବରେ ଭିନ୍ନ ଓ ଅଦ୍ଭୁତ ଅନୁଭବ ଦେଇଥାଏ।

 

ଦ୍ୱିତୀୟରେ, ବାବା ବୁଦନ ଗିରି ପର୍ବତ। ଏହାକୁ ସୁଫି ସନ୍ଥ ବାବା ବୁଦନଙ୍କ ନାମ ଅନୁସାରେ ନାମିତ କରାଯାଇଛି।

ପର୍ଯ୍ୟଟକ ଏଠାରେ ଅବସ୍ଥିତ ତିନି ଯୋଗୀଙ୍କ ଗୁମ୍ଫାଗୁଡ଼ିକୁ ମଧ୍ୟ ଦେଖି ପାରିବେ। ପଦଯାତ୍ରୀ ଓ ପର୍ବତ ଆରୋହୀ ପ୍ରେମୀଙ୍କର ବିଭିନ୍ନ ମନପସନ୍ଦ ସ୍ଥାନ ମଧ୍ୟରୁ ଏହା ଗୋଟିଏ। ଏହି ସ୍ଥାନରେ ମୁନାୟନଗିରି ଓ ଦତ୍ତାଗିରି ନାମକ ଅନ୍ୟ ଦୁଇଟି ପର୍ବତ ମଧ୍ୟ ରହିଛି। ଯାହାର ବିଶେଷତ୍ୱ ହେଉଛି ୧୨ ବର୍ଷକୁ ଥରେ ଫୁଟୁଥିବା କୁରିଞ୍ଜୀ ଫୁଲ। ଯାହାକୁ ଦେଖିବା ପାଇଁ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ।
ଏଠାକାର ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ :

ଜୋଗ ଜଳପ୍ରପାତ –

ଶାରାବତୀ ନଦୀ ଉପରେ ସ୍ଥିତ ଜୋଗ ଜଳପ୍ରପାତ ଭାରତର ଦ୍ୱିତୀୟ ଉଚ୍ଚ ଜଳପ୍ରପାତ। ୨୫୩ ଫୁଟ୍‍ ଉଚ୍ଚରୁ ପଡ଼ୁଥିବା ପାଣି ଓ ଆଖପାଖର ପାହାଡ଼ କୌଣସି ଚିତ୍ରକାରଙ୍କ କଳା ଭଳି ମନେହୁଏ।

କୋଡ଼ାଚାଦ୍ରି –

କୋଡ଼ାଚାଦ୍ରି ପାହାଡ଼ ମଧ୍ୟ ସେହିଭଳି ଏକ ସୁନ୍ଦରତାରେ ପରିପୂର୍ଣ୍ଣ ସ୍ଥାନ। ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ପ୍ରାକୃତିକ ଐତିହ୍ୟ ଭାବେ ଘୋଷଣା କରାଯାଇଛି।

ଅଗୁମ୍ବେ –

କର୍ଣ୍ଣାଟକର ଶିମୋଗା ଜିଲାରେ ଅବସ୍ଥିତ ଅଗୁମ୍ବେ ମଧ୍ୟ ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ। ଏହି ସ୍ଥାନକୁ ଦକ୍ଷିଣ ଭାରତର ଚେରାପୁଞ୍ଜୀ କୁହାଯାଏ। କାରଣ ଏଠାରେ ବର୍ଷସାରା ବର୍ଷା ହୋଇଥାଏ।

କିପରି ଯିବେ :

ମୁଲ୍ଲୟାନଗିରି ଓ ବାବା ବୁଦନ ଗିରି, ଚିକମଙ୍ଗଲୁରଠାରୁ ୨୫ କିମି. ଓ ରାଜଧାନୀ ବେଙ୍ଗାଲୁରୁଠାରୁ ୨୫୦ କିମି. ଦୂର। ଏହି ଦୁଇ ସ୍ଥାନକୁ ବଡ଼ ବଡ଼ ସହର ମାନଙ୍କରୁ ନିୟମିତ ଭାବେ ଟ୍ୟାକ୍ସି ଓ ବସ୍‍ ଚଳାଚଳ ହୋଇଥାଏ। ସବୁଠାରୁ ନିକଟତମ ରେଳ ଷ୍ଟେସନ ଚିକମଙ୍ଗଲୁର ଓ ନିକଟତମ ବିମାନବନ୍ଦର ବେଙ୍ଗାଲୁରୁ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories