www.samajalive.in
Monday, December 8, 2025
24.1 C
Bhubaneswar

ପାକିସ୍ତାନର ପୂର୍ବତନ ଜଜଙ୍କ ନାମରେ ୨୨୦୦ କାର ପଞ୍ଜିକୃତ

ଇସଲାମାବାଦ : ପାକିସ୍ତାନର ଜଣେ ପୂର୍ବତନ ଜଜ୍‍ଙ୍କ ନାମରେ ୨୨୦୦ କାର ପଞ୍ଜିକୃତ ଥିବା ଜଣାପଡ଼ିଛି। କିଛି ଦିନ ମଧ୍ୟରେ ପାକିସ୍ତାନରେ ବ୍ୟାପକ ବେନାମୀ ସମ୍ପତ୍ତି ପଦାକୁ ଆସିଛି। ଫଳରେ ଏହି ନୂଆ ଘଟଣା ପାକିସ୍ତାନ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି। ଉଲ୍ଲେଖଯୋଗ୍ୟ ଯେ କିଛି ଦିନ ପୂର୍ବରୁ ପାକିସ୍ତାନର ଜଣେ ଅଟୋ ଚାଳକ ଏବଂ ଜଣେ ଜଳଖିଆ ଦୋକାନୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଯଥାକ୍ରମେ ୩୦୦ ଓ ୨୦୦ କୋଟି ଟଙ୍କା ଜମା ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଥିଲା। ଏବେ ଜଜଙ୍କ ନାମରେ ହଜାର ହଜାର ଗାଡ଼ି ପଞ୍ଜିକୃତ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ ପାକିସ୍ତାନର ପୂର୍ବତନ ଜଜ୍‍ ସିକନ୍ଦର ହୟାତ ଶନିବାର ଜାଣିବାକୁ ପାଇଥିଲେ ଯେ ତାଙ୍କ ନାମରେ ୨୨୨୪ କାର ପଞ୍ଜିକୃତ ରହିଛି। ଏନେଇ ସେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି। ସୁପ୍ରିମକୋର୍ଟରେ ତାଙ୍କ ଓକିଲ ମିୟାଁ ଜାଫର କହିଛନ୍ତି ଯେ ପାକିସ୍ତାନର ପ୍ରମୁଖ ଖବରକାଗଜ ‘ଡନ’ରେ ପ୍ରକାଶିତ ରିପୋର୍ଟ ଅନୁସାରେ ତାଙ୍କ ମହକିଲ ତଥା ପୂର୍ବତନ ଜଜ୍‍ ହୟାତଙ୍କ ନାମରେ ୨୨୨୪ କାର ପଞ୍ଜିକୃତ ରହିଛି। ହେଲେ ତାଙ୍କ ମହକିଲ ମାତ୍ର ଗୋଟିଏ କାର କିଣିଛନ୍ତି। କିଛି ଦିନ ତଳେ ତାଙ୍କ ମହକିଲଙ୍କୁ ଏକ କାର ଚାଲଣ ମିଳିଥିଲା। କିନ୍ତୁ ସେହି କାରକୁ ସେ କିଣିନଥିଲେ। ଫଳରେ ସେ ଏନେଇ ପଞ୍ଜାବ ସୀମା ଶୁଳ୍କ ଏବଂ କର ବିଭାଗକୁ ଅବଗତ କରଇବା ସହ ଏ ବିଷୟରେ ଜାଣିବାକୁ ଚାହିଁଥିଲେ। ସେଠାରୁ ଜଣାପଡ଼ିଥିଲା ଯେ ଜଜଙ୍କ ନାମରେ ୨,୨୨୪ଟି କାର ପଞ୍ଜିକୃତ ଅଛି।
ଏହି ମାମଲାରେ ପାକିସ୍ତାନ ସୁପ୍ରିମକୋର୍ଟ ପଞ୍ଜାବ ସୀମା ଶୁଳ୍କ ଏବଂ କର ବିଭାଗ ସଚିବ ଏବଂ ନିର୍ଦେଶକଙ୍କୁ ରିପୋର୍ଟ ତଲବ କରିଛନ୍ତି। ଏକ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories