www.samajalive.in
Sunday, December 14, 2025
17.1 C
Bhubaneswar

କର୍ଣ୍ଣାଟକରେ ବର୍ଷା, ବନ୍ୟା ଓ ଭୂସ୍ଖଳନ ; ୨୪ ଘଣ୍ଟାରେ ୬ଜଣଙ୍କର ମୃତ୍ୟୁ

ବେଙ୍ଗାଲୁରୁ : କେରଳ ପରେ ଏବେ କର୍ଣ୍ଣାଟକରେ ବର୍ଷା, ବନ୍ୟା ଓ ଭୂସ୍ଖଳନର ପ୍ରଭାବ ଦେଖିବାକୁ ମିଳିଛି । ରାଜ୍ୟର କୋଡ଼ାଗୁ ଜିଲ୍ଲାରେ ବର୍ଷା, ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଗତ ୨୪ ଘଣ୍ଟା ମଧ୍ୟରେ ୬ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି । କୋଡାଗୁ ଜିଲ୍ଲାରେ ଗତ ତିନିଦିନ ଧରି ମୂଷଳଧାରାରେ ବର୍ଷା ଲାଗିରହିଛି। ଫଳରେ ସେଠାକାର ପରିସ୍ଥିତି ଅତି ଶୋଚନୀୟ ହୋଇପଡ଼ିଛି । ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ସେନାବାହିନୀ ସାମିଲ ହୋଇଛି । ମୁଖ୍ୟମନ୍ତ୍ରୀ ଏଚ୍‍.ଡି. କୁମାରସ୍ୱାମୀ ୨ୟ ଦିନ ପାଇଁ ଆକାଶମାର୍ଗରୁ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ରିଲିଫ ଓ ଉଦ୍ଧାରକାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ କେତେକ ଅଞ୍ଚଳରେ କ୍ଷତିଗ୍ରସ୍ତ ଲୋକଙ୍କୁ ସରକାରଙ୍କ ସହାୟତା ରାଶି ଚେକ୍‍ ଆକାରରେ ବଣ୍ଟନ କରିଛନ୍ତି ।

- Advertisement -

ଅନ୍ୟପକ୍ଷରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ୱର କହିଛନ୍ତି ଯେ ମୃତ ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ୫ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯିବ। ସରକାର ଆହତମାନଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି ସେ କହିଛନ୍ତି । କୋଡ଼ାଗୁ ସମେତ ଶିବମୋଗା, ହାସନ, ଚିକ୍କାମାଗଲାରୁ, ଦକ୍ଷିଣ କନ୍ନଡା, ଉତ୍ତର କନ୍ନଡା ଏବଂ ଉଡୁପି ଜିଲ୍ଲାରେ ସ୍ୱଭାବିକ ଠାରୁ ଅଧିକ ବର୍ଷା ହୋଇଛି ।
ସେହିପରି ରାଜ୍ୟର ୧୬ଟି ଜିଲ୍ଲାରେ ସ୍ୱଭାବିକ ଠାରୁ କମ୍‍ ବର୍ଷା ଯୋଗୁଁ ମରୁଡି ଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ରାଜସ୍ୱ ବିଭାଗ ପକ୍ଷରୁ କୁହାଯାଇଛି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories