www.samajalive.in
Monday, December 15, 2025
17.1 C
Bhubaneswar

ୟେଦୁରପ୍ପାଙ୍କ ସରକାରରେ ୩ ଉପମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ : କର୍ଣ୍ଣାଟକରେ ଗଠିତ ବିଜେପିର ନୂଆ ସରକାର ଅସନ୍ତୁଷ୍ଟ ନେତାଙ୍କୁ ମନାଇବାକୁ ପ୍ରୟାସ ଜାରି ରଖିଛି। ଏହି କ୍ରମରେ ପ୍ରଥମ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପରେ ୟେଦୁରପ୍ପା ଏବେ ୩ ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ କରିଛନ୍ତି।

ୟେଦୁରପ୍ପା ସୋମବାର ନବନିଯୁକ୍ତ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରିଥିଲେ। ଏହାସହ ସେ ୩ ଉପମୁଖ୍ୟମନ୍ତ୍ରୀ ଭାବେ ଲକ୍ଷ୍ମଣ ସାଭାଦୀ, ଗୋବିନ୍ଦ ଏମ କରଜୋଲ ଏବଂ ଅଶ୍ୱଥ ନାରାୟଣଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି। ନବନିଯୁକ୍ତ ଉପମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ଲକ୍ଷ୍ମଣ ସାଭାଦୀ ବିଧାୟକ ନଥିବାବେଳେ ବିଧାନ ପରିଷଦର ସଦସ୍ୟ ବି ନାହାନ୍ତି। କୁହାଯାଉଛି ଯେ ଦଳର ବରିଷ୍ଠ ନେତା ଏବଂ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଉପମୁଖ୍ୟମନ୍ତ୍ରୀ ନିଯୁକ୍ତି ସପକ୍ଷରେ ନାହାନ୍ତି। ଏହାଦ୍ୱାରା ପାର୍ଟିରେ ବିଦ୍ରୋହ ହେବାର ଆଶଙ୍କା ଥିବା ସେମାନେ ପ୍ରକାଶ କରିଛନ୍ତି। ୟେଦୁରପ୍ପାଙ୍କ କ୍ୟାବିନେଟରେ ଲିଂଗାୟତ ସମ୍ପ୍ରଦାୟରୁ ୭, ଓବିସିରୁ ୨, ବ୍ରାହ୍ମଣ ସମାଜରୁ ଜଣେ, ଭୋକାଲିଙ୍ଗା ସମ୍ପ୍ରଦାୟରୁ ୩ ଏବଂ ଏସସି/ଏସଟି ସମୂଦାୟରୁ ୪ ଜଣଙ୍କୁ ମନ୍ତ୍ରୀ କରାଯାଇଛି। ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ଲିଂଗାୟତ ସମୂଦାୟରୁ ଆସୁଛନ୍ତି। ତାଙ୍କୁ ମିଶାଇ ସରକାରରେ ୮ ଜଣ ଲିଂଗାୟତ ସମୂଦାୟର ମନ୍ତ୍ରୀ ଅଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories