www.samajalive.in
Wednesday, December 10, 2025
23.1 C
Bhubaneswar

କର୍ଣ୍ଣାଟକ ପୌର ନିର୍ବାଚନ: କଂଗ୍ରେସ ଉଡ଼ାଇଲା ବିଜୟ ବୈଜୟନ୍ତୀ

ନୂଆଦିଲ୍ଲୀ : ଚଳିତବର୍ଷ ଶେଷ ଆଡକୁ ଅନୁଷ୍ଠିତ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକରେ କଂଗ୍ରେସର ବିଜୟ ଧ୍ୱନୀ ଶୁଣିବାକୁ ମିଳିଛି। ଏଠାରେ ଅନୁଷ୍ଠିତ ପୌର ନିର୍ବାଚନରେ ଦଳ ୯୮୨ଟି ୱାର୍ଡରେ ବିଜୟ ଲାଭ କରି ସର୍ବବୃହତ୍‍ ଦଳ ଭାବେ ଉଭା ହୋଇଛି। ଏଠାରେ ମୋଟ ୨୬୬୪ଟି ୱାର୍ଡରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେଥିମଧ୍ୟରୁ କଂଗ୍ରେସର ମିତ୍ର ଦଳ ଜେଡିଏସ୍‍କୁ ୩୭୫ଟି ୱାର୍ଡ ଏବଂ ବିରୋଧୀ ଦଳ ବିଜେପିକୁ ୯୨୭ ୱାର୍ଡ ମିଳିଛି। ଆଗାମୀ ଲୋକସଭା ନିର୍ବାଚନରେ ବିଜେପିକୁ ପରାଜିତ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିବା କଂଗ୍ରେସର ଏହି ପ୍ରଦର୍ଶନ ବିରୋଧୀ ଶିବିରରେ ଭାଳେଣି ସୃଷ୍ଟି କରିଛି। ପୌର ନିର୍ବାଚନ ଫଳାଫଳ ବିଜେପିର ଆଶାନୁରୂପ ହୋଇ ନ ଥିବା ରାଜ୍ୟ ବିଜେପି ସଭାପତି ବି. ଏସ୍‍. ୟେଦ୍ଦୁରପ୍ପା ଦର୍ଶାଇଛନ୍ତି। ତଥାପି ଦଳ ଏହି ଜନାଦେଶକ ସ୍ୱୀକାର କରୁଛି ବୋଲି ସେ କହିଛନ୍ତି। ଗତ ବିଧାନସଭା ନିର୍ବାଚନରେ ବିଜେପି ୨୧ଟି ଜିଲାର ସର୍ବାଧିକ ୬୯ଟି ଆସନରେ ବିଜୟ ଲାଭ କରିଥିଲା। ଏଣୁ ପୌର ନିର୍ବାଚନରେ ଦଳ ଉତ୍ତମ ପ୍ରଦର୍ଶନ କରିବ ବୋଲି ୟେଦ୍ଦୁରପ୍ପା ଆଶା ରଖିଥିଲେ; କିନ୍ତୁ ଦଳର ପ୍ରଦର୍ଶନ ତାଙ୍କୁ ନିରାଶ କରିଛି। ଅନ୍ୟପଟେ ଜେଡିଏସ୍‍ ଏବଂ କଂଗ୍ରେସ ମେଣ୍ଟ ପୌର ନିର୍ବାଚନରେ ମୋଟ ୫୦% ରୁ ଊର୍ଦ୍ଧ୍ବ ଆସନ ଜିତି ଥିବା ବେଳେ ବିଜେପି ମାତ୍ର ୩୫% ଆସନ ପାଇବା ୟେଦୁରପ୍ପାଙ୍କୁ ବ୍ୟତିବ୍ୟସ୍ତ କରିଛି। ୟେଦୁରାପ୍ପାଙ୍କ ନିଜ ସହର ସିମୋଗାରେ ବିଜେପି ପ୍ରାର୍ଥୀ ଜିତିଥିବାରୁ ଏହା ତାଙ୍କୁ କିଛି ପରିମାଣରେ ଆଶ୍ୱସ୍ତି ଦେଇଛି।

Hot this week

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

ସମ୍ପାଦକୀୟ : ଯଥା ପୂର୍ବଂ, ତଥା ପରମ୍‌

ସରକାର ବଦଳିଲେ ଧାରା ବଦଳୁ ନାହିଁ ନଭେମ୍ବର ୨୭ରେ ଭାରତର ରାଷ୍ଟ୍ରପତିଙ୍କ ଅଭିଭାଷଣରୁ...

Related Articles

Popular Categories