www.samajalive.in
Wednesday, December 10, 2025
23.1 C
Bhubaneswar

ଏକସଙ୍ଗେ ନିର୍ବାଚନ,ଇଭିଏମ୍‍ ପାଇଁ ୪,୫୫୫ କୋଟି ଟଙ୍କା ଆବଶ୍ୟକ: ଆଇନ କମିଶନ

ନୂଆଦିଲ୍ଲୀ : ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ଏକସମୟରେ କରାଇବା ନେଇ ବିଭିନ୍ନ ମହଲରୁ ମତ ପ୍ରକାଶ ପାଉଥିବା ବେଳେ ଆଇନ କମିଶନ ନିଜର ମତ ସ୍ପଷ୍ଟ କରିଛନ୍ତି। କମିଶନ କହିଛନ୍ତି ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ଏକସଙ୍ଗେ କରିବା ପାଇଁ ଇଭିଏମ୍‍ ଏବଂ ଭିଭିପାଟ୍‍ ମେସିନ କିଣିବା ପାଇଁ ପ୍ରାୟ ୪,୫୦୦ କୋଟିରୁ ଅଧିକ ଟଙ୍କା ଆବଶ୍ୟକ। ଏକସଙ୍ଗେ ନିର୍ବାଚନ କରାଇବା ପରିପ୍ରେକ୍ଷୀରେ ଆଇନ କିମଶନ ଗତ ସପ୍ତାହରେ ନିର୍ବାଚନ କମିଶନଙ୍କୁ ନିଜର ପ୍ରାରମ୍ଭିକ ରିପୋର୍ଟ ପ୍ରଦାନ କରିଛନ୍ତି। ନିର୍ବାଚନ କମିଶନଙ୍କ ସୂତ୍ରରୁ ଜଣାପଡିଛି ଯେ, ୨୦୧୯ ସାଧାରଣ ନିର୍ବାଚନ ପାଇଁ ଯଦି ଏକସଙ୍ଗେ ନିର୍ବାଚନ କରାଯାଏ ତେବେ ପ୍ରାୟ ୧୦,୬୦,୦୦୦ ମତଦାନ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଅତିରିକ୍ତ ଇଭିଏମ୍‍ ଯୋଗୁଁ ଅତିରିକ୍ତ ମତଦାନ କେନ୍ଦ୍ର ପାଇଁ ଅଧିକ ସଂଖ୍ୟକ କର୍ମଚାରୀଙ୍କର ମଧ୍ୟ ଆବଶ୍ୟକତା ପଡିବ।
ଆଇନ କିମଶନଙ୍କ ରିପୋର୍ଟ ଆଧାରରେ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି ଯେ ଯଦି ଏକ ସଙ୍ଗେ ନିର୍ବାଚନ କରାଯାଏ ତେବେ ୧୨.୯ ବିୟୁ,୯.୪ ଲକ୍ଷ ସିୟୁ ଏବଂ ୧୨.୩ ଲକ୍ଷ ଭିଭିପାଟର ଆବଶ୍ୟକତା ପଡିବ। ଇଭିଏମରେ ବିୟୁ, ସିୟୁ ଏବଂ ଗୋଟିଏ ଭିଭିପାଟ ଅଛି, ଯାହାର ମୂଳ୍ୟ ୩୩,୨୦୦ଟଙ୍କା। ତେଣୁ ଆଇନ କିମଶନଙ୍କ ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ଏକସଙ୍ଗରେ ଆଗାମୀ ନିର୍ବାଚନ କରାଗଲେ ଇଭିଏମ୍‍ କିଣିବା ପାଇଁ ୪,୫୫୫ କୋଟି ଟଙ୍କା ଖର୍ଚ୍ଚ ହେବ।

ଆଇନ କିମଶନ କହିଛନ୍ତି ଯେ, ଇଭିଏମ୍‍ ୧୫ ବର୍ଷ ପର୍ଯ୍ୟନ୍ତ ଠିକ ଠାକ୍‍ କାମ କରିଥାଏ। ଏହାକୁ ଧ୍ୟନରେ ରଖି ୨୦୨୪ରେ ଦ୍ୱିତୀୟ ଥର ପାଇଁ ଏକସଙ୍ଗେ ନିର୍ବାଚନ ପାଇଁ ୧୭୫୧.୧୭ କୋଟି ଟଙ୍କା ଏବଂ ୨୦୨୯ରେ ତୃିତୀୟ ଥର ଏକ ସଙ୍ଗେ ନିର୍ବାଚନ ପାଇଁ ଇଭିଏମ୍‍ କଣିିବା ନିମନ୍ତେ ୨୦୧୭.୯୩ କୋଟି ଟଙ୍କାର ଆବଶ୍ୟକତା ପଡିବ।
ଏହି ରିପୋର୍ଟରେ ପୁଣି କୁହାଯାଇଛି ୨୦୩୪ରେ ଏକ ସଙ୍ଗେ ନିର୍ବାଚନ ପାଇଁ ଇଭିଏମ୍‍ କଣିିବା ନିମନ୍ତେ ୧୩,୯୮୧.୫୮ କୋଟି ଟଙ୍କାର ଆବଶ୍ୟକତା ପଡିବ। ତେବେ ଯଦି ଏକ ସଙ୍ଗେ ଲୋକସଭା ଏବଂ ବିଧାନସଭା ନିର୍ବାଚନ କରାଯାଏ ତେବେ ପ୍ରତ୍ୟେକ ମତଦାନ କେନ୍ଦ୍ର ପାଇଁ ଅତିରିକ୍ତ ଇଭିଏମ୍‍ ଏବଂ ଅତିରିକ୍ତ ନିର୍ବାଚନ ସାମଗ୍ରୀ ବ୍ୟତୀତ ଅତିରିକ୍ତ ଖର୍ଚ୍ଚ ସାମିଲ କରିବାକୁ ପଡିବ ନାହିଁ ବୋଲି ରିପୋର୍ଟରେ କୁହାଯାଇଛି।

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories