www.samajalive.in
Wednesday, December 10, 2025
26.1 C
Bhubaneswar

ଶିବରାଜ ଚୌହାନଙ୍କ ବସ ଉପରକୁ ଟେକା ମାଡ଼

ଭୋପାଳ : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କର ଏକ ବସ୍‍ ଉପରକୁ ରବିବାର ଟେକାମାଡ଼ ହୋଇଛି। ଆଗାମୀ ବିଧାନସଭା ନିର୍ବାଚନ ନିମନ୍ତେ ଶିବରାଜ ‘ଜନ ଆଶୀର୍ବାଦ ଅଭିଯାନ’ରେ ବାହାରି ରବିବାର ସିଧି ଜିଲାର ଚୁରହାଟ ଠାରେ ପହଞ୍ଚିଥିଲେ। ସେଠାରେ ବସ୍‍ଟି ବିଶାଳ ଜନସମାବେଶ ମଧ୍ୟରେ ଗତି କରୁଥିବା ବେଳେ କିଛି ଲୋକ ଏହା ଉପରକୁ ଟେକା ମାଡ଼ କରିବା ସହ କଳାପତାକା ପ୍ରଦର୍ଶନ କରିଥିଲେ। ଏ ସମ୍ବନ୍ଧୀୟ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାର ହୋଇଛି। ଟେକାମାଡ଼ରେ ଶିବରାଜ ଆହତ ହୋଇ ନ ଥିବା ପୁଲିସ କହିଛି। ଏହି ଘଟଣାରେ ପୁଲିସ ୨୦ ଜଣଙ୍କୁ ଗିରଫ କରାଯାଇଥିବା ଚୁରହାଟ ପୁଲିସ ଇନ୍ସପେକ୍ଟର ରାମ ବାବୁ ଚୌଧୁରି କହିଛନ୍ତି। ଉଲ୍ଲେଖ ଯେ, ଚୁରହାଟ ବିରୋଧୀ ଦଳର ନେତା ଅଜୟ ସିଂହଙ୍କ ନିର୍ବାଚନ ମଣ୍ଡଳୀ ବୋଲି ମଧ୍ୟପ୍ରଦେଶ ବିଜେପିର ମୁଖପାତ୍ର ରଜନୀଶ ଅଗ୍ରୱାଲ କହିଛନ୍ତି। ଏଭଳି ଆକ୍ରମଣ ନ କରି ଖୋଲାଖୋଲି ରାଜନୈତିକ ଯୁଦ୍ଧ ଲଢିବାକୁ ଶିବରାଜ ପରେ ଏକ ଜନସମାବେଶରେ ସିଂହଙ୍କୁ ଆହ୍ୱାନ ଦେଇଛନ୍ତି।

Hot this week

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

Related Articles

Popular Categories