www.samajalive.in
Sunday, December 7, 2025
23.1 C
Bhubaneswar

କଂଗ୍ରେସ ସହ ମେଣ୍ଟ ନେଇ କୁମାରସ୍ୱାମୀଙ୍କ ପ୍ରତିକ୍ରିୟା- ‘ଯନ୍ତ୍ରଣାରେ ବିତୁଛି ପ୍ରତି ମୁହୂର୍ତ୍ତ’

ବେଙ୍ଗାଲୁରୁ : କର୍ଣ୍ଣାଟକରେ କଂଗ୍ରେସ ଓ ଜେଡିଏସ ମଧ୍ୟରେ ଲାଗିରହିଥିବା ବିବାଦ ବୁଧବାର ପୁଣି ଥରେ ସାମ୍ନାକୁ ଆସିଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ୱାମୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ମୋର ପ୍ରତି ମୁହୂର୍ତ୍ତ ଯନ୍ତ୍ରଣାରେ ବିତୁଛି।
ମରୁଡ଼ି ସ୍ଥିତିକୁ ନେଇ ଆନ୍ଦୋଳନ ଓ ପ୍ରଦର୍ଶନ ବନ୍ଦ କରି ବିଧାନସଭାରେ ଆଲୋଚନା କରିବାକୁ ବିଜେପିକୁ କୁମାରସ୍ୱାମୀ ପ୍ରସ୍ତାବ ଦେଇଛନ୍ତି। ଏହାସହ କୁମାରସ୍ୱାମୀ କହିଛନ୍ତି ଯେ ଲୋକଙ୍କ ଆଶା ପୂରଣ କରିବାକୁ ପ୍ରତିଶ୍ରୁତି ଦେଉଛି। ମୋର ପ୍ରତିମୁହୂର୍ତ୍ତ ଯନ୍ତ୍ରଣାରେ ବିତୁଛି ଓ ତାହା ସର୍ବସମ୍ମୁଖରେ ବ୍ୟକ୍ତ କରିହେବ ନାହିଁ। ସୂଚାରୁ ରୂପେ ସରକାର ଚଳାଇବା ପାଇଁ ମୋ ଉପରେ ଭାର ରହିଛି। ଜିନ୍ଦଲ ଷ୍ଟିଲ ନିମନ୍ତେ ଜମି ଅଧିଗ୍ରହଣ ଚୁକ୍ତି ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍‍ ୟେଦୁରପ୍ପାଙ୍କୁ ଜିନ୍ଦଲ ଷ୍ଟିଲ କମ୍ପାନୀଠାରୁ ୨୦ କୋଟି ଟଙ୍କାର ଲାଞ୍ଚ ନେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
ଅପରପକ୍ଷରେ କର୍ଣ୍ଣାଟକ ସରକାରରେ କୌଣସି ବିପଦ ନାହିଁ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଦରମେୟା କହିଛନ୍ତି। ସେ କହିଛନ୍ତି ଯେ କର୍ଣ୍ଣାଟକର ମେଣ୍ଟ ସରକାରକୁ ଭାଙ୍ଗିବା ପାଇଁ ବିଜେପି ଚେଷ୍ଟା କରୁଛି। ହେଲେ ବିଜେପିର ଏହି ଚେଷ୍ଟା ବିଫଳ ହେବ।
ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ହୋଇ ମଧ୍ୟ ଖୁସିନାହିଁ ବୋଲି କୁମାରସ୍ୱାମୀ କହିଥିଲେ। ମେଣ୍ଟ ସରକାରରେ ସଂକଟ ଦେଖା ଦେବା ପରେ ଏଆଇସିସି ଏବେକାର କର୍ଣ୍ଣାଟକ ପ୍ରଦେଶ କଂଗ୍ରସ କମିଟିକୁ ଭାଙ୍ଗିବା ପାଇଁ ନିଷ୍ପତ୍ତି ନେଇଛି। ହେଲେ ଅଧ୍ୟକ୍ଷ ଏବଂ କାର୍ଯ୍ୟକାରୀ ଅଧ୍ୟକ୍ଷରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ସୂଚନା ଦିଆଯାଇଛି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories