www.samajalive.in
Monday, December 15, 2025
14.1 C
Bhubaneswar

ୟେଦୁରପ୍ପାଙ୍କ ଶପଥ ଗ୍ରହଣ ରୋକିବା ପ୍ରସଙ୍ଗ : ତିନି ଜଣିଆ ବେଞ୍ଚରେ ଶୁଣାଣି

ବେଙ୍ଗାଲୁରୁ :  କର୍ଣ୍ଣାଟକରେ ସରକାର ଗଠନ କରିବାକୁ ରାଜ୍ୟପାଳ  ବିଜେପିକୁ  ଆମନ୍ତ୍ରଣ କରିବା ପରେ ନୂଆ ସଂକଟ ଦେଖା ଦେଇଛି।  ସରକାର ଗଠନ କରିବାକୁ ରାଜ୍ୟପାଳ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜେପିକୁ  ଆମନ୍ତ୍ରଣ କରିବା ପ୍ରତିବାଦରେ ତଥା  ୟେଦୁରପ୍ପାଙ୍କ ଶପଥ ଗ୍ରହଣ ଉତ୍ସବ ରେକିବା ପାଇଁ  କଂଗ୍ରେସ ଓ ଜେଡି(ଏସ୍‍) ସୁପ୍ରିମକୋର୍ଟ ଯାଇଛନ୍ତି।  ସୁପ୍ରିମକୋର୍ଟ ରେଜିଷ୍ଟ୍ରାରଙ୍କ ପାଖରେ ଏ ନେଇ ଦୁଇ ଦଳ ପକ୍ଷରୁ ଆବେଦନ କରାଯାଇଥିଲା । ଫଳରେ ରାତାରାତି ଏହା ଉପରେ ଶୁଣାଣୀ କରାଯିବାକୁ ନିଷ୍ପତ୍ତି ହୋଥିଲା । ସୁପ୍ରିମକୋର୍ଟର  ପ୍ରଧାନ ବିଚାରପତି ରାତି ଅଧରେ ଏହାର ଶୁଣାଣି ପାଇଁ  ୩ ଜଣିଆ ବେଞ୍ଚ ଗଂନ କରିଥିଲେ।  କୋର୍ଟ ନଂ ୬ରେ ୧.୪୫ମିନିଟରେ ଏହି ଶୁଣାଣି ଆରମ୍ଭ ହୋଇଥିଲା। ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ  ଏ କେ ସିକ୍ରି ଏବଂ ଜଷ୍ଟିସ ଗୋବଡେ ଆବେଦନ ଉପରେ ଶୁଣାଣି  କରିଥିଲେ।

ସୂଚନା ଯୋଗ୍ୟ ବୁଧବାର ରାତି ୮.୩୦ ମିନିଟ୍‍ରେ ରାଜ୍ୟପାଳ ବାଜୁଭାଇ ବାଲା ବିଜେପି ବିଧାୟକ ଦଳ ନେତା ବି.ଏସ. ୟେଦୁରପ୍ପାଙ୍କୁ ସରକାର ଗଠନ କରିବା ଲାଗି ଆମନ୍ତ୍ରଣ କରିବାକୁ ଚାଲେଞ୍ଜ କରି କଂଗ୍ରେସ ଓ ଜେଡିଏସ ମିଳିତ ଭାବେ ଅଧରାତିରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।  କଂଗ୍ରେସ ଓ ଜେଡିଏସ୍‍ ମେଣ୍ଟ ସୁପ୍ରିମକୋର୍ଟର ରେଜିଷ୍ଟ୍ରାରଙ୍କଠାରେ ଏକ ଆବେଦନ ଦାଖଲ କରିଥିଲେ। ସେଥିରେ ବିଜେପିକୁ ସରକାର ଗଠନ କରିବା ଲାଗି ରାଜ୍ୟପାଳ ଆମନ୍ତ୍ରଣ କରିବା ଓ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବା ଲାଗି ୧୫ ଦିନ ସମୟ ଦେବାକୁ କଂଗ୍ରେସ-ଜେଡିଏସ ମେଣ୍ଟ ଚାଲେଞ୍ଜ କରିଛି। ଏଥିସହ ଗୁରୁବାର ୟେଦୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ନିଷ୍ପତ୍ତି ଉପରେ ରହିତାଦେଶ ଜାରି କରିବାକୁ ସୁପ୍ରିମକୋର୍ଟରେ ଉଭୟ ଯୁକ୍ତି ରଖିଛନ୍ତି। ରାତି ୧୨ଟାରେ ରେଜିଷ୍ଟ୍ରାରଙ୍କ ଘରକୁ ଯାଇ ଏହି ଆବେଦନ ଦେବା ସହ ଏହାର ଜରୁରୀକାଳୀନ ଶୁଣାଣି କରିବାକୁ କଂଗ୍ରେସ ନେତା ତଥା ବରିଷ୍ଠ ଓକିଲ ଅଭିଷେକ ମନୁସିଙ୍ଗ୍‍ଭୀ ଅନୁରୋଧ କରିଥିଲେ।

- Advertisement -

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories