www.samajalive.in
Monday, December 8, 2025
14.1 C
Bhubaneswar

କର୍ଣ୍ଣାଟକ ଜେଡିଏସ ସଭାପତି ପଦରୁ ବିଶ୍ଵନାଥଙ୍କ ଇସ୍ତଫା

ବେଙ୍ଗାଲୁରୁ: କର୍ଣ୍ଣାଟକର ଜେଡିଏସ ସଭାପତି ଅଦାଗର ଏଚ. ବିଶ୍ଵନାଥ ମଙ୍ଗଳବାର ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ଲୋକସଭା ନିର୍ବାଚନରେ ଦଳର ବିପର୍ଯ୍ୟୟ ହୋଇଥିବାରୁ ନୈତିକତା ଦୃଷ୍ଟିରୁ ସେ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି। ଚଳିତ ଲୋକସଭା ନିର୍ବାନରେ ରାଜ୍ୟରେ ଦଳକୁ ବଡ଼ ଝଟ୍‌କା ଲାଗିଛି। ଏପରି କି ଦଳର ସୁପ୍ରିମୋ ଏଚ.ଡି. ଦେବେଗୌଡ଼ା ମଧ୍ୟ ଟୁମକୁର ଆସନରୁ ପରାଜିତ ହୋଇଛନ୍ତି।

ମଙ୍ଗଳବାର ବିଶ୍ଵନାଥ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଦଳର ପରାଜୟ ପାଇଁ ନୈତିକତା ଦୃଷ୍ଟିରୁ ସେ ଦାୟୀ। ତେଣୁ ନିଜ ପଦବୀରୁ ଇସ୍ତଫା ଦେଉଛି। ମଙ୍ଗଳବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ବାମୀଙ୍କ ଜେପି ନଗର ବାସଭବନରେ ଦଳର ବିଧାୟକମାନଙ୍କୁ ନେଇ ବୈଠକ ବସିବ। ଏଥିରେ ବିଶ୍ଵନାଥଙ୍କ ଇସ୍ତଫା ସମ୍ପର୍କରେ ଘୋଷଣା କରାଯିବା ସମ୍ଭାବନା ରହିଛି।

- Advertisement -

ସୂଚନାଯୋଗ୍ୟ, ରାଜ୍ୟରେ ପୌର ନିର୍ବାଚନରେ ମଧ୍ୟ ଦଳକୁ ଝଟ୍‌କା ଲାଗିଥିଲା। ମୋଟ ୧୨୨୧ ଆସନରୁ ଜେଡିଏସ ୧୭୪ ଆସନରେ ବିଜୟୀ ହୋଇଥିଲା। ୪୨ ପ୍ରତିଶତ ୱାର୍ଡରେ କଂଗ୍ରେସ ବିଜୟ ଲାଭ କରିଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories