www.samajalive.in
Saturday, December 13, 2025
18.1 C
Bhubaneswar

ଇସ୍ତଫା ଦେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‍. ୟେଦିୟୁରାପ୍ପା

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‍. ୟେଦିୟୁରାପ୍ପା ଆଜି ବେଙ୍ଗାଲୁରୁଠାରେ ପଦରୁ ଇସ୍ତଫା ଦେବା ବିଷୟ ଘୋଷଣା କରିବା ପରେ କିଛି ସମୟ ପୂର୍ବରୁ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। କର୍ଣ୍ଣାଟକରେ ବିଜେପି ସରକାର ଆଜି ଦୁଇବର୍ଷର ଶାସନ କାଳ ପୂରଣ କରିଛି। ତାଙ୍କ ସରକାରର ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ସାଧନା ସମାବେଶରେ ସେ ପୂର୍ବରୁ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ। ସେ ରାଜ୍ୟପାଳଙ୍କୁ ସାକ୍ଷାତ କରି ଆଜି ଇସ୍ତଫାପତ୍ର ହସ୍ତାନ୍ତର କରିଛନ୍ତି।

ସାଧନା ସମାବେଶ ସମୟରେ ସେ ଭାବପ୍ରବଣ ହୋଇ ପଡ଼ିଥିଲେ ଓ ୨ଜଣ ସଦସ୍ୟରୁ ପାର୍ଟିକୁ ୧୧୮ ଜଣ ସଦସ୍ୟରେ ପହଞ୍ଚାଇ ପାରିଥିବାର କହିଥିଲେ। ୟେଦିୟୁରାପ୍ପା ଚତୁର୍ଥବାର ଲାଗି ମୁଖ୍ୟମନ୍ତ୍ରୀ ହୋଇଥିଲେ ହେଁ କୌଣସିଥର ସଂପୂର୍ଣ୍ଣ କାର୍ଯ୍ୟକାଳ ଶାସନରେ ରହି ପାରିନାହାନ୍ତି। ୭୫ ବର୍ଷରୁ ଊର୍ଦ୍ଧ୍ବ ବୟସର ଲୋକ ଇସ୍ତଫା ଦେବା ପାଇଁ ପାର୍ଟିର ନିୟମ ବିଷୟ ଉଲ୍ଲେଖ କରି ସେ କହିଛନ୍ତି ସେ ପାର୍ଟିକୁ ମଜବୁତ କରିବା ଦିଗରେ କାର୍ଯ୍ୟ କରିବେ। ୨୦୨୩ ବିଧାନସଭା ନିର୍ବାଚନରେ ସେ ପାର୍ଟିକୁ ବିଜୟୀ କରାଇବାକୁ ପ୍ରଚେଷ୍ଟା କରିବେ ବୋଲି ଶ୍ରୀ ୟେଦିୟୁରାପ୍ପା କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories