www.samajalive.in
Sunday, December 14, 2025
19.1 C
Bhubaneswar

କର୍ଲାପାଟ ଅଭୟାରଣ୍ୟ ମଧ୍ୟରେ ଥିବା ଖଣ୍ଡୁଆଳ ମାଳି ଖଣି ଖନନ ବିରୋଧରେ ମାନବ ଶୃଙ୍ଖଳ

କଲମପୁର : ଜଳ, ଜଙ୍ଗଲ ଓ ଜମି ଏ ହେଉଛି ଆଦିବାସୀଙ୍କ ଅଧିକାର । କିନ୍ତୁ ବିକାଶ ପାଇଁ ଖଣି ଖନନ ନାଁ ରେ ଆଦିବାସୀଙ୍କୁ ବିସ୍ଥାପିତ କରିବାର ପ୍ରୟାସ ସହ କର୍ଲାପାଟ ଅଭୟାରଣ୍ୟ ମଧ୍ୟରେ ଥିବା ଖଣ୍ଡୁଆଳ ମାଳି ବକ୍ସାଇଟ ଖଣି ଖନନର ବିରୋଧରେ ବିଶ୍ୱ ଆଦିବାସୀ ଦିବସ ପାଳନ ତଥା ଅଗଷ୍ଟ ୯ କ୍ରାନ୍ତି ଦିବସ ପାଳନ ଅବସରରେ ଖଣ୍ଡୁଆଳ ମାଳି ସୁରକ୍ଷା ସମିତି ତରଫରୁ ମାନବ ଶୃଙ୍ଖଳର ଆୟୋଜନ କରାଯାଇଛି ।
କର୍ଲାପାଟ କଳାହାଣ୍ଡିର ଏକ ପ୍ରାକୃତିକ ଶୋଭାରାଜିର ଇଲାକା ।  ଯେଉଁଠି ବାଘ, ଭାଲୁ, ହାତୀ ଭଳି ଜଙ୍ଗଲି ଜନ୍ତୁଙ୍କ ଆବାସ ସ୍ଥଳି ଭାବେ ପରିଚିତ । ଏକ ରାଜତନ୍ତ୍ରର ଅଞ୍ଚଳ। ଅନେକ ଔଷଧିୟ ବୃକ୍ଷ ସମେତ ଶାଳ, ପିଆଶାଳ, ଶାଗୁଆନ ଓ ଗମ୍ଭାରୀ ଭଳି ଅନେକ ମୂଲ୍ୟବାନ ଗଛ ର ସମାହାରରେ ଏହି ଜଙ୍ଗଲ। ହାତୀ ଓ ବାଘ ଭଳି ଜଙ୍ଗଲି ଜନ୍ତୁଙ୍କ ପାଇଁ କର୍ଲାପାଟ ଅଭୟାରଣ୍ୟର ମାନ୍ୟତା ପାଇ ସାରିଛି । ଏହି ଜଙ୍ଗଲ ରହିଛି ବକ୍ସାଇଟ ଭରା ଖଣ୍ଡୁଆଲ ମାଳି ଅଞ୍ଚଳରେ । ବର୍ତ୍ତମାନ ଏହି ଖଣ୍ଡୁଆଲ ମାଳି ପାହାଡରୁ ବକ୍ସାଇଟ ଉତୋଳନ ପାଇଁ ଚାଲିଛି ମସୁଧା । ଏହି ଜଙ୍ଗଲର ଫଳ ମୂଳ ହିଁ ଏହି ଅଞ୍ଚଳର ହଜାର ହଜାର ଆଦିବାସୀଙ୍କ ଜୀବନ ଜିବୀକା । ଝରଣାର ପାଣି ମେଣ୍ଟାଉଛି ଏହି ବନବାସୀଙ୍କ ଶୋଷ । ଏହି ଇଲାକାରୁ ସୃଷ୍ଟି ହେଇଛି ନାଗାବଳୀ ନଦୀ । ଅନେକ ଝରଣାର ସମାହାରରେ ଓଡ଼ିଶାର ଏକ ପ୍ରମୁଖ ନଦୀ ପାଲଟିଥିବା ନାଗାବଳୀ ନଦୀ ଆଗାମୀ ଦିନରେ ଯଦି ଖଣ୍ଡୁଆଳ ମାଳି ଖଣି ଖନନ ହୁଏ ତେବେ ଶୁଷ୍କ ପାଲଟିବ। ଯାହା ଦ୍ୱାରା ପ୍ରଭାବିତ ହେବେ କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକର କାଣିଗୁମା, କର୍ଲାପାଟ, ତଲଆମପଦର, କେରପାଇ, ନାକରୁଣ୍ଡି ଓ ସିଲେଟ ପଞ୍ଚାୟତର ଅଧିବାସୀ । ପୁଣି ପ୍ରଭାବିତ ହେବେ ରାୟଗଡ଼ା ଓ ଗଜପତି ଜିଲ୍ଲାର ଲୋକେ। କେବଳ ନାଗାବଳୀ ନୁହେଁ ଖଣ୍ଡୁଆଳ ମାଳି ଖଣି ଖନନ ହେଲେ ବହୁମୁଖି ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପ ମଧ୍ୟ ପ୍ରଭାବିତ ହେବ । ଖଣ୍ଡୁଆଳ ମାଳି ସୀମାକୁ ଲାଗି ରହିଥିବା ବନ୍ଧମାଳିରୁ ଇନ୍ଦ୍ରାବତୀର ସୃଷ୍ଟି । ଖଣି ଖନନ ଦ୍ୱାରା ଇନ୍ଦ୍ରାବତୀର ଜଳ ଉତ୍ସ ଥିବା ମର୍ଦ୍ଦି ଗୁଡା ପ୍ରଭାବିତ ହେଲେ ଜଲ ଭଣ୍ଡାର ପ୍ରଭାବିତ ହେବ ଓ ଶୁଷ୍କ ହେବ ଇନ୍ଦ୍ରାବତୀ। ତେଣୁ ଜଣ ନୁହେଁ ଗଣଙ୍କ ସ୍ୱାର୍ଥ ପାଇଁ ଖଣ୍ଡୁଆଲ ମାଳି ଖଣି ଖନନକୁ ବିରୋଧ କରି ମାନବ ଶୃଙ୍ଖଳ କାର୍ଯକ୍ରମ ଆୟୋଜନ କରାଯାଉଛି । ତେଣୁ ଅଞ୍ଚଳବାସୀ ଏକତ୍ରିତ ହେଇ ଖଣି ଖନନକୁ ବିରୋଧ କରିବା ପାଇଁ ଖଣ୍ଡୁଆଳ ମାଳି ସୁରକ୍ଷା ସମିତି ଅନୁରୋଧ କରିଛି ।

Hot this week

ମାଲକାନଗିରି ହିଂସା:୧୨ ଗିରଫ

ସମାଜ ଲାଇଭ ଡ଼େସ୍କ:ମହିଳା ମୃତ୍ୟୁକୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories