www.samajalive.in
Sunday, December 14, 2025
19.1 C
Bhubaneswar

କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡ଼କ : ୧୩ ଦିନରେ ୫ ମୃତ

ଭବାନୀପାଟଣା : କଳାହାଣ୍ଡି ଜିଲାର କର୍ଲାପାଟ ଅଭୟାରଣ୍ୟରେ ପୁଣି ଏକ ମାଈ ହାତୀର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଗତ ୧୩ ଦିନରେ କଳାହାଣ୍ଡି ଜିଲାରେ ୫ଟି ହାତୀଙ୍କ ମୃତ୍ୟୁ ଘଟିଲାଣି। ଏହି ଘଟଣା ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଫେବୃୟାରୀ ୧ ତାରିଖ ଦିନ କର୍ଲାପାଟ ଅଭୟାରଣ୍ୟରେ ତେନ୍ତୁଳି ପତର ନିକଟରେ ପ୍ରଥମ ମାଈହାତୀର ମୃତ୍ୟୁ ହୋଇଥିଲା। ଠିକ୍‌ ତାର ୮ ଦିନ ପରେ ଗତ ୮ ତାରିଖ କର୍ଲାପାଟ ଘୁଷୁରିଗୁଡ଼ି ନିକଟରେ ଦ୍ୱିତୀୟ ମାଈ ହାତୀର ମୃତ୍ୟୁ ଘଟିଥିଲା। ୧୦ ତାରିଖରେ ତୃତୀୟ ମାଈ ହାତୀର ମୃତଦେହ ସେହି ଘୁଘୁରିଗୁଡ଼ି ନିକଟରୁ ଉଦ୍ଧାର କରାଯାଇଥିଲା। ଏହାର ଗୋଟିଏ ଦିନ ପରେ ଅର୍ଥାତ୍‌ ୧୧ ତାରିଖ ଦିନ ଚତୁର୍ଥ ହାତୀର ମୃତଦେହ ସେହି ଘୁସୁରିଗୁଡ଼ି ନିକଟରେ ପଡ଼ିଥିବା ବେଳେ ପୁଣି ଗତ ୧୨ ତାରିଖ ରାତିରେ ଆଉ ଏକ ମାଈହାତୀ ଅର୍ଥାତ୍‌ ୫ମ ହାତୀର ମୃତ୍ୟୁ ହୋଇଥିବା ଜଙ୍ଗଲ ବିଭାଗ ସୂତ୍ରରୁ ଜଣାପଡ଼ିଛି।
ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ମୃତ ୫ଟି ଯାକ ମାଈ ହାତୀ। ଦକ୍ଷିଣ ବନଖଣ୍ଡ ଡିଏଫ୍‌ଓ ଟି.ଅଶୋକ କୁମାରଙ୍କ ଅନୁରୋଧକ୍ରମେ ଭୁବନେଶ୍ୱରସ୍ଥିତ ଓୟୁଏଟିରୁ ୨ ଜଣ ବିଶେଷଜ୍ଞ ଡା. ନିରଞ୍ଜନ ସାହୁ ଓ ଡା. ସୁଅଣକୁମାର ପଣ୍ଡା କଳାହାଣ୍ଡି ପ୍ରାଣୀବିଭାଗ ଓ ଜଙ୍ଗଲ ବିଭାଗ ଅଧିକାରୀଙ୍କ ସହ କର୍ଲାପାଟ ପହଞ୍ଚିଥିଲେ ା ହାତୀଗୁଡ଼ିକର ମୃତ୍ୟୁର କାରଣ ସମ୍ପର୍କରେ ତଦନ୍ତ କରିବା ପରେ ମୃତ୍ୟୁର କାରଣ ହାମ୍‌ରେଜ୍‌ ସେଫ୍‌ଟିସେମିଆ ବୋଲି ଅନୁମାନ କରିଛନ୍ତି। ସେଥିପାଇଁ ବିଭିନ୍ନ ନାଳର ପାଣି ପରୀକ୍ଷା ପାଇଁ ନିଆଯାଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ କାରଣ ଜଣାପଡ଼ିବ। ସୂଚନାଯୋଗ୍ୟ, କର୍ଲାପାଟ ଅଭୟାରଣ୍ୟରେ ବର୍ତ୍ତମାନ ସୁଦ୍ଧା ହାତୀ ବ୍ୟତୀତ ଅନ୍ୟ କୌଣସି ବନ୍ୟପ୍ରାଣୀର ମୃତ୍ୟୁ ହେବା ଖବର ମିଳି ନାହିଁ।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories