www.samajalive.in
Sunday, December 14, 2025
17.1 C
Bhubaneswar

କରଲାକାନୀ ମଧ୍ୟରାତ୍ର ହତ୍ୟାକାଣ୍ଡ ଘଟଣା ; ୨ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଓ ତଣ୍ଡ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲା ଓ ଦୌରା ଜଜ୍‌ ଶୁଭଦର୍ଶୀ ପଟ୍ଟନାୟକ ୨୦୧୪ରେ ସଂଗଠିତ କରଲାକାନୀ ମଧ୍ୟରାତ୍ର ହତ୍ୟାକାଣ୍ଡ ଘଟଣାର ବିଚାର କରି ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଓ ତଣ୍ଡ ଗଣିବା ପାଇଁ ଆଦେଶ ଦେଇଛନ୍ତି । ମୋକଦ୍ଦମାର ବିବରଣୀରୁ ପ୍ରକାଶ, ରାଜଗାଙ୍ଗପୁର ଥାନା ଅନ୍ତର୍ଗତ କରଲାକାନୀ ଗ୍ରାମରେ ମୃତ ବିଶ୍ରାମ ନାଗ ତାଙ୍କ ବଡ଼ଭାଇ ଓ ଭାଉଜ ଘର ଅଗଣାରେ ଶୋଇଥିବା ବେଳେ ୨୩.୪.୨୦୧୪ ମଧ୍ୟରାତ୍ରିରେ ପୂର୍ବ ଶତୃତାର ରାଗ ରଖି ଏହି ଗାଁର ଦିଲୀପ ବାଗ ଓ ରାମଜୀ ବାଗ ମାରଣାସ୍ତ୍ରରେ ବିଶ୍ରାମଙ୍କୁ ଆକ୍ରମଣ କରିଥିଲେ । ଫଳରେ ବିଶ୍ରାମ ଗୁରୁତର ଆହତ ହେବାରୁ ତାଙ୍କୁ ରାଜଗାଙ୍ଗପୁର ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ମୃତ ବିଶ୍ରାମର ଭାଉଜ ସବିତା ନାଗ ରାଜଗାଙ୍ଗପୁର ଥାନାରେ ଏତଲା ଦେବାରୁ ରାଜଗାଙ୍ଗପୁର ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଦୁଇ ଅଭିଯୁକ୍ତ ଦିଲୀପ ଓ ରାମଜୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ପରବର୍ତ୍ତୀ ସମୟରେ ସେମାନଙ୍କ ବିରୋଧରେ ଅଦାଲତରେ ଅଭିଯୋଗପତ୍ର ଦାଖଲ କରିଥିଲେ । ଜିଲା ଦୌରା ଜଜ୍‌ ଶ୍ରୀ ପଟ୍ଟନାୟକ ପ୍ରତ୍ୟକ୍ଷଦର୍ଶୀଙ୍କ ସମେତ ୧୩ଜଣ ସାକ୍ଷୀଙ୍କ ବୟାନ ଓ ସୁନ୍ଦରଗଡ଼ ଜିଲା ମୁଖ୍ୟ ସରକାରୀ ଓକିଲ ଅବଦୁଲ ସମୀମ ଅଖତରଙ୍କ ବଳିଷ୍ଠ ଯୁକ୍ତିକୁ ଗ୍ରହଣ କରି ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେବା ସହ ହଜାରେ ଟଙ୍କା ତଣ୍ଡ ଦେବା ପାଇଁ ଆଦେଶ ଦେଇଥିଲେ। ତଣ୍ଡ ଅନାଦେୟ ଅଧିକ ଏକ ମାସ କାରାଦଣ୍ଡ ଭୋଗିବା ପାଇଁ ନିଜ ରାୟ ସ୍ପଷ୍ଟ କରିଛନ୍ତି । ଘଟଣାଟି ସେତେବେଳେ କରଲାକାନୀ ଗାଁ କାହିଁକି ସମଗ୍ର ରାଜଗାଙ୍ଗପୁର ବ୍ଲକରେ ଆଲୋଡନ ସୃଷ୍ଟି କରିଥିଲା ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories