ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଏନ୍ଏସଏସ ପକ୍ଷରୁ କାରଗିଲ ବିଜୟ ଦିବସ ପାଳିତ 

ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସର ମଧ୍ୟରେ ଥିବା ୟୁନିଭରସିଟି ହାଇସ୍କୁଲରେ ପ୍ରଧାନଶିକ୍ଷକ ଶିବରାମ ସାହୁଙ୍କ ସଭାପତିତ୍ତ୍ବରେ ବିଶ୍ଵବିଦ୍ୟାଳୟ ଏନଏସଏସ ପକ୍ଷରୁ ଛାଚ୍ରଛାତ୍ରୀଙ୍କ ମଧ୍ୟରେ ଦେଶାତ୍ମକବୋଧ ଭାବନା ଜାଗ୍ରତ କରିବା ସହ ଦେଶସେବା ପାଇଁ ଉତ୍ସର୍ଗ ମନୋଭାବେ ସୃଷ୍ଟି କରିବା ଉଦ୍ଦେଶ୍ୟରେ କାରଗିଲ ବିଜୟ ଦିବସ ପାଳିତ ହୋଇଥିଲା। କାରଗିଲ ଯୁଦ୍ଧରେ ସହିଦ ଜବାନଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯିବା ସହ ୟୁଦ୍ଧରେ ସାହାସ ଓ ବୀରତ୍ବ ପ୍ରଦର୍ଶନ କରିଥିବା ସୈନିକମାନଙ୍କ ସ୍ମୃତିଚାରଣ କରାଯାଇଥିଲା। ତାହା ସହ କାରଗିଲ ଯୁଦ୍ଧର କିଛି ଅଂଶର ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କାରଗିଲ ଯୁଦ୍ଧରେ ଭାଗ ନେଇଥିବା ପୂର୍ବତନ ସୈନିକ ଅଭିମନ୍ୟୁ ସେଠୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କାରଗିଲ ଯୁଦ୍ଧର ଅନୁଭୁତି ଓ ଭାରତୀୟ ସେନାର ଅପରେସନ ବିଜୟର ସଫଳତା ସଂପର୍କରେ ଛାତ୍ରଛାତ୍ରଙ୍କୁ ବୁଝାଇ ଥିଲେ। ଦେଶମାତୃକାର ସେବା ପାଇଁ ସମସ୍ତେ ସହଯୋଗ କରିବା ସହ ସେନାରେ ସାମିଲ ହେବା ପାଇଁ ସେ ଆହ୍ବାନ ଦେଇଥିଲେ। ଦେଶ ପାଇଁ ସହୀଦ ହେବା ସମସ୍ତଙ୍କ ଭାଗ୍ୟରେ ନଥାଏ ବୋଲି ସେ କହିଥିଲେ । ଏନଏସ୍ଏସର ସଂଯୋଜକ ଡ଼ଃ ଜୟନ୍ତ କୁମାର ପଣ୍ଡା ଯୋଗ ଦେଇ ଭାରତୀୟ ସେନାର ପରାକ୍ରମକୁ ଉଚ୍ଚପ୍ରଶଂସା କରିବା ସହ କାରଗିଲ ଯୁଦ୍ଧରେ ଭାଗ ନେଇଥିବା ପୂର୍ବତନ ସୈନିକ ଶ୍ରୀ ଅଭିମନ୍ୟୁ ସେଠୀଙ୍କୁ ଉପଢୌକନ ଦେଇ ସମ୍ମାନୀତ କରିଥିଲେ।ଏନଏସଏସ ପକ୍ଷରୁ ଦେଶର ସୁରକ୍ଷା,ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ଉଦ୍ଦେଶ୍ୟରେ ସମସ୍ତକୁ ଏକ ଶପଥପାଠ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବା ଲକ୍ଷ୍ୟରେ ଏକ କୁଇଜ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା।
prayash
କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏନ୍ଏସଏସ କାର୍ଯ୍ୟକ୍ରମ ଅଧିକାରୀ ଶକ୍ତି ରଞ୍ଜନ ଦାଶ ସଭା ପରିଚାଳନା କରିଥିବା ବେଳେ ଅନ୍ୟତମ କାର୍ଯ୍ୟକ୍ରମ ଅଧିକାରୀ ଅଲିତା ମିଞ୍ଜ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷକ ସଞ୍ଜୀବ କୁମାର ପ୍ରଧାନ, ସୁକାନ୍ତି ପଣ୍ଡା, ଅଶୋକ କୁମାର ଭୁୟାଙ୍କ ସମେତ ବିଶ୍ବବିଦ୍ୟାଳୟର ଅଧ୍ୟାପକ ଡକ୍ଟର ଏସ.ଏନ. ତ୍ରିପାଠୀ, ଡ଼ଃ. ଏସ୍.କେ ଦାସଙ୍କ ସହ ଏନଏସଏସର ବହୁ ସ୍ବେଚ୍ଛାସେବୀ ଓ ସ୍କୁଲର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ଶେଷରେ କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ. ଇକବାଲ ଅହମ୍ମଦ ଭଟ୍ଟ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.