www.samajalive.in
Saturday, December 6, 2025
15.1 C
Bhubaneswar

କରଞ୍ଜିଆ ଟିକେଟ୍ ପାଇଁ ଆଶାୟୀ ଅଧିକ : ବଢୁଛି ଅସନ୍ତୋଷ, କାହାମୁଣ୍ଡରେ ସୁନା କଳସ ଢାଳିଵେ ବିଜେଡି ସୁପ୍ରିମୋ

ଠାକୁରମୁଣ୍ଡା: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ଟିକେଟ୍ ପାଇଁ ଆଶାୟୀଙ୍କ ସଂଖ୍ୟା ବିଭିନ୍ନ ଦଳରେ ବଢ଼ିବାରେ ଲାଗିଛି। ବିଜେଡି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଥିବା ବେଳେ ଏ ପର୍ୟ୍ୟନ୍ତ କରଞ୍ଜିଆ ବିଧାନସଭା ନିର୍ବାଚନମଣ୍ଡଳୀର ଯୁଦ୍ଧାଙ୍କ ନାଁ ଘୋଷଣା କରାଯାଇନାହିିଁ। ଯେଉଁଥିପାଇଁ ଆଶାୟୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ୁଛି। ସେପଟେ ପ୍ରାର୍ଥୀ ହେବା ପାଇଁ ୭ ଜଣ ଆଶାୟୀ ଗୋଡ଼ କାଢ଼ି ବସିଛନ୍ତି। ଟିକେଟ ଲବିରେ ବିଜେଡି ବିଧାୟିକା ତଥା ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ପୂର୍ବତନ ବିଧାୟକ ବିଜୟ ନାଏକ, ଠାକୁରମୁଣ୍ଡା ବ୍ଲକ ଅଧ୍ୟକ୍ଷା ସରୋଜିନୀ ମୁଣ୍ଡା ପ୍ରମୁଖ ଦାବିଦାର ଥିଲା ବେଳେ ପୂର୍ବତନ କରଞ୍ଜିଆ ବ୍ଲକ ଅଧ୍ୟକ୍ଷ ହରିଶ ନାଏକ , ସାମାୟ ପୁର୍ତ୍ତି, ରୁକମଣୀ ହେମ୍ବ୍ରମ, କୈବଲ୍ୟ ବିଜେଡି ରୁ ଦାବିଦାର ରହିଛନ୍ତି। ଏହି ୭ ଅଶାୟୀଙ୍କ ମଧ୍ୟରୁ ସବୁଠୁ ଆଗରେ ରହିଛନ୍ତି ବିଜେଡି ପୂର୍ବତନ ବିଧାୟକ ବିଜୟ ନାଏକ ଓ ନୂଆ ଚେହେରା ସରୋଜିନୀ ମୁଣ୍ଡା, ବାସନ୍ତୀ ହେମ୍ବ୍ରମ। ତାଙ୍କ ପଛକୁ ନୂଆ ଚେହେରା ସରୋଜିନୀ ମୁଣ୍ଡା , ବର୍ତ୍ତମାନ ବିଧାୟିକା ବାସନ୍ତୀ ହେମ୍ବ୍ରମ ମଧ୍ୟ ଟିକେଟ ପାଇବା ଲାଗି ପ୍ରାଣ ମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି। ତେଣୁ ବିଦ୍ରୋହ ଭୟରେ ବିଜେଡି ପ୍ରାର୍ଥୀ ଚୟନ କରିବାରେ ବିଳମ୍ୱ କରୁଥିବା ଆଲୋଚନା ହେଉଛି। ୩ ଆଶାୟୀଙ୍କୁ ଭିତରୁ ଜଣଙ୍କୁ ବାଛିବା ବିଜେଡି ମୁଖିଆଙ୍କ ପାଇଁ କାଠିକର ପାଠ ହେବ। କାରଣ କେହି କାହାଠାରୁ କମ୍ ନୁହଁନ୍ତି।
କେନ୍ଦୁଝର ଲୋକସଭା କ୍ଷେତ୍ର କରଞ୍ଜିଆ ବିଧାନସଭା ନିର୍ବାଚନମଣ୍ଡଳୀ ରହିଛି। ସେଥିମଧ୍ୟରୁ କରଞ୍ଜିଆ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା ଏ ପର୍ୟ୍ୟନ୍ତ ସବୁ ଦଳ ପାଇଁ ଆଦ୍ୟବିଧି ଅସ୍ପଷ୍ଟ ରହିଛି। ନିର୍ବାଚନମଣ୍ଡଳୀରେ ବିଜେପି ପକ୍ଷରୁ କିଏ ପ୍ରାର୍ଥୀ ହେବ ଝୁଲିରହିଛି। ଯେଉଁଥିପାଇଁ ଅଶାୟୀଙ୍କ ମଧ୍ୟରେ ବ୍ୟଗ୍ରତା ବଢ଼ିବାରେ ଲାଗିଛି।

 

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories