www.samajalive.in
Saturday, December 13, 2025
23.1 C
Bhubaneswar

କପିଲାଭଟା କୁ ସ୍ୱଚ୍ଛ ଓ ସବୁଜ ଗ୍ରାମ ଅଭିଯାନ

ବଙ୍ଗୋମୁଣ୍ଡା : ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଞ୍ଚାୟତର ଅଗ୍ରଣୀ ଯୁବ ଅନୁଷ୍ଠାନ ମା ସାହାଜୀ ଯୁବକ ସଂଘ କପିଲାଭଟା ଓ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିରର ମିଲିତ ଆନୁକୁଲ୍ୟରେ ସ୍ୱଚ୍ଛ ଓ ସବୁଜ ଗ୍ରାମ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଯୁବକ ସଂଘର ସଭାପତି ଜିତାମିତ୍ର ବିଶିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କପିଲାଭଟା ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଶିଶିର ବହିଦାର, ସମ୍ମାନିତ ଅତିଥି ଭାବେ କପିଲାଭଟା ଗ୍ରାମ ପଞ୍ଚାୟତ ହାଇସ୍କୁଲର ପ୍ରଧାନ ଶିକ୍ଷକ ଅରୁଣ କୁମାର ବାରିକ, ନେହେରୁ ଯୁବ କେନ୍ଦ୍ରର ଜାତୀୟ ସ୍ୱେଚ୍ଛାସେବୀ ଝସକେତନ ବାରିକ, ଚୁଲଧର ବେହେରା ପ୍ରମୁଖ ଯୋଗଦାନ କରି ସ୍ୱଚ୍ଛ ଓ ସବୁଜ ଗାଁ କିପରି ଭାବେ ହୋଇ ପାରିବ ସେ ଉପରେ ଆଲୋଚନା କରିଥିଲେ। ପରେ ଗାଁ ପରିକ୍ରମା କରି ଲୋକଙ୍କୁ ସଚେତନ କରିଥିଲେ। ଶେଷରେ ଗାଁର ବିଭିନ୍ନ ସ୍ଥାନରେ ପଡି ରହିଥିବା ଆଳିଆ ଆବର୍ଜନା ସଫା କରିବା ସହିତ ମା ସାହାଜୀ ଯୁବକ ସଂଘ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ। ସମ୍ପାଦକ ହୁଲେଶ୍ୱର ହଂସ, ସୁନିଲ କୁମାର ବିଶି, ଦେବାଶିଷ ବିଶି, ଶୁଭାଶିଷ ବିଶି, ଡଗ୍ରେ ହଂସ, ରଶ୍ମିରଞ୍ଜନ ହଂସ, ଭୁବନେଶ୍ୱର ହଂସ, ସୁନାଧର ବନଛୋର, ପ୍ରିୟରଞ୍ଜନ ହଂସ, ଉମେଶ ବାଗ ପ୍ରମୁଖଙ୍କ ସହ ବହୁ ସଦସ୍ୟ ସାମିଲ ହୋଇଥିଲେ।

Hot this week

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଢାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

Related Articles

Popular Categories