www.samajalive.in
Monday, December 15, 2025
26.1 C
Bhubaneswar

କପିଲଙ୍କ ରିସେପସନ୍ : ବଲିଉଡ଼ ତାରକାଙ୍କ ମେଳରେ ଜମିଲା ମାହୋଲ୍

ମୁମ୍ବଇ : ଲୋକପ୍ରିୟ ହାସ୍ୟଅଭିନେତା କପିଲ୍ ଶର୍ମା ଓ ଗିନ୍ନି ଚିତରଥ୍ ଙ୍କ ରିସେପସନ୍ ପାର୍ଟି ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ପାର୍ଟିରେ କପିଲ୍ ବ୍ଲାକ୍ ସୁଟ୍ ପିନ୍ଧିଥିବା ବେଳେ ଗିନ୍ନି ରୂପେଲୀ ରଙ୍ଗର ଫ୍ଲୋରାଲ୍ ପ୍ରିଣ୍ଟ ଲେହେଙ୍ଗାରେ ଖୁବ୍ ଆକର୍ଷଣୀୟ ଲାଗୁଥିଲେ। ଏହି ରିସେପସନ୍ ପାର୍ଟିରେ ବଲିଉଡ଼ ତାରକାଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ରେଖା, ଧର୍ମେନ୍ଦ୍ର ଓ ଜିତେନ୍ଦ୍ରଙ୍କ ଭଳି ପ୍ରସିଦ୍ଧ ଓ ବରିଷ୍ଠ କଳାକାରମାନେ ଯୋଗ ଦେଇ କପିଲ୍ ଓ ଗିନ୍ନିଙ୍କୁ ଶୁଭେଚ୍ଛା ଓ ଆଶୀର୍ବାଦ ଦେଇଥିଲେ।

image courtesy-hindustantimes

ସେହିପରି ନବବିବାହିତ ଦମ୍ପତି ଦୀପିକା-ରଣବୀର ମଧ୍ୟ ଏହି ଉତ୍ସବରେ ଉପସ୍ଥିତ ରହି ନିଜ ନାଚ-ଗୀତର ତାଳେ ତାଳେ ସଭିଙ୍କୁ ମତୁଆଲା କରିଥିଲେ।

- Advertisement -

ଅନ୍ୟମାନଙ୍କ ମଧ୍ୟରେ କରଣ ଜୋହର୍, କାର୍ତ୍ତିକ ଆର୍ୟ୍ୟନ୍, କୃତି ସାନୋନ୍, ଅନିଲ୍ କପୁର୍, ସୋନୁ ସୁଦ୍, ରବିନା ଟଣ୍ଡନ୍, ଫରାହ ଖାନ୍, ସୋହେଲ୍ ଖାନ୍ ଓ ତାଙ୍କ ବାପା ସଲିମ୍ ଖାନଙ୍କ ସମେତ ଅନେକ ବଲିଉଡ ତାରକା ଏହି ସମାରୋହରେ ସାମିଲ ହୋଇଥିଲେ।

ଏଥିସହ ଟେନିସ୍ ତାରକା ସାଇନା ନେହ୍ୱାଲ୍ ମଧ୍ୟ ଯୋଗ ଦେଇଥିଲେ।

କପିଲଙ୍କ ହାସ୍ୟକଳାକାର ବନ୍ଧୁ ସମୋନା ଚକ୍ରବର୍ତ୍ତୀ, ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା, କଶ୍ମୀରା ଓ କ୍ରୀଷ୍ଣା ଅଭିଷେକ, ଜୟ ଭାନୁଶାଲୀ ଓ ମାହୀ ବିଜ୍ ଙ୍କ ସମେତ ଟେଲିଭିଜନ୍ ଦୁନିଆର ଅନେକ କଳାକାର ଏହି ରିସେପସନ୍ ପାର୍ଟିରେ ଉପସ୍ଥିତ ଥିଲେ।


ଉଲ୍ଲେଖଯୋଗ୍ୟ, କପିଲ୍ ଓ ଗିନ୍ନିଙ୍କ ବିବାହ ୧୨ଡିସେମ୍ବରରେ ଉଭୟ ହିନ୍ଦୁ ଓ ଶିଖ୍ ରୀତିନୀତିରେ ସମ୍ପନ୍ନ ହୋଇଥିଲା। ମୁମ୍ବଇ ରିସେପସନ୍ ପୂର୍ବରୁ କପିଲଙ୍କ ଜନ୍ମସ୍ଥାନ ଅମୃତସରରେ ଡିସେମ୍ବର ୧୪ ତାରିଖରେ ରିସେପସନ୍ ପାର୍ଟି ଆୟୋଜିତ ହୋଇଥିଲା। ଏଥିରେ କେବଳ ତାଙ୍କ ପରିବାର ଓ କିଛି ନିକଟତର ବନ୍ଧୁମାନେ ସାମିଲ ହୋଇଥିଲେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories