www.samajalive.in
Monday, December 15, 2025
15.1 C
Bhubaneswar

‘କାନ୍ତାରା ଚାପ୍ଟର ୱାନ୍‍’-ଟ୍ରେଲର ରିଲିଜ: ଦେଖିଲେଣି ଏତିକି ମିଲିୟନ୍‍ ଦର୍ଶକ

ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟି ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ‘କାନ୍ତାରା ଚାପ୍ଟର ୱାନ୍‍’ ଫିଲ୍ମର ଟ୍ରେଲର । ରୋମାଞ୍ଚ ପୂର୍ଣ୍ଣ ଏହି ଟ୍ରେଲରକୁ ଦର୍ଶକମାନେ ଖୁବ ପସନ୍ଦ କରିଛନ୍ତି । ଯେଉଁଠାରେ କାନ୍ତାରା ସରିଥିଲା, ସେଠାରୁ ହିଁ କାନ୍ତାରା ଚାପ୍ଟର ୱାନ୍‍ ଟ୍ରେଲର ଆରମ୍ଭ ହୋଇଛି । ୨୦୨୨ରେ ବ୍ଲକବଷ୍ଟର ହିଟ୍‍ ସାବ୍ୟସ୍ତ ହୋଇଥିବା କାନ୍ତାରାର ଏହା ସିକ୍ୱେଲ । ଚାପ୍ଟର ୱାନ୍ର ଟ୍ରେଲରକୁ ଦେଖି ଫିଲ୍କର କାହାଣୀକୁ ସସପେନ୍ସ ରଖିବା ସହ ଦର୍ଶକଙ୍କୁ ଖୁବ ମନୋରଞ୍ଜନର ଖୁରାକ ଯୋଗାଇ ଦିଆଯାଇଛି । ଟ୍ରେଲର ରିଲିଜ ହେବାର ମାତ୍ର ୨୧ଘଣ୍ଟାରେ କୋଟି କୋଟି ଦର୍ଶକ ଏହାକୁ ଦେଖିସାରିଲେଣି । ଯେଉଁଥିରୁ ଜଣାପଡିଛି ଯେ ଦର୍ଶକଙ୍କ ମଧ୍ୟରେ ଫିଲ୍ମକୁ ନେଇ କେତେ ମାତ୍ରାରେ କ୍ରେଜ୍‍ ରହିଛି ।
ସିନେମାରେ ଅଭିନୟ କରିବା ସହ ଏହାର ନିର୍ଦ୍ଦେଶନା ଦେଇଛନ୍ତି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ଋଷଭ ସେଟ୍ଟୀ । ଋଷଭଙ୍କ ଦମଦାର ଅଭିନୟ ପୁଣି ଥରେ ଦର୍ଶକଙ୍କୁ ଆକର୍ଷଣ କରିଛି । ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ବିଜୟ କିରାଗନ୍ଦୁର । ଅକ୍ଟୋବର ୨ରେ ଏକା ସାଙ୍ଗରେ କନ୍ନଡ, ହିନ୍ଦୀ, ତେଲେଗୁ, ମାଲାୟଲମ, ତାମିଲ, ବଙ୍ଗଳା ଓ ଇଂରାଜୀ ଭାଷାରେ ରିଲିଜ ହେବ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories