ସମରସିଂହ ଗାଁରେ ମାଓ ପୋଷ୍ଟର
ପଞ୍ଚାୟତ ନିର୍ବାଚନକୁ ବର୍ଜନ ପାଇଁ ଆହ୍ୱାନ
କଣ୍ଟାବାଞ୍ଜି : ତୁରେକେଲା ଥାନା ସମରସିଂ ଗାଁରେ ମାଓ ପୋଷ୍ଟର ବ୍ୟାନର ଦେଖିବାକୁ ମିଳିଛି । ବ୍ୟାନରରେ ପଞ୍ଚାୟତ ନିର୍ବାଚନ ବର୍ଜନ କରିବାକୁ ଲେଖାଯାଇଛି । ଗାଁରେ ଲୋକ ମାନେ ଏକଜୁଟ ହୋଇ ନିଜର ସରକାର ଗଠନ କରିବା, ଦୁର୍ନୀତି ଗ୍ରସ୍ତ ମିଛ ନିର୍ବାଚନ ବର୍ଜନ, ଗାଁ ର ବିକାଶ ପାଇଁ ରେଲି ଜୁଲୁସ ଧାରଣା କରିବାକୁ ଉଲ୍ଲେଖ ଥିବା ଦେଖାଯାଇଛି । ବ୍ୟାନର ପୋଷ୍ଟର ଓଡ଼ିଆ ଭାଷାରେ ଲେଖା ହୋଇଥିବା ବେଳେ ବଲାଙ୍ଗୀର -ବରଗଡ଼- ମହାସମୁନ୍ଦ ଡିଭିଜନ ବୋଲି ଲେଖା ହୋଇଛି । ତୁରେକେଲା ପୁଲିସ ବ୍ୟାନର ପୋଷ୍ଟର ଜବତ କରିଥିବା ବେଳେ ସତରେ କଣ ଏହା ମାଓବାଦୀ ବ୍ୟାନର ନା ଲୋକଙ୍କୁ ଭୟଭୀତ କରିବାକୁ କାହାର ଉଦ୍ୟମ ତାହା ପୁଲିସ ତଦନ୍ତ କରୁଛି ।
Comments are closed.