କଣ୍ଟାବାଞ୍ଜି: ଜେଏମଜେ ସ୍କୁଲ କଣ୍ଟାବାଞ୍ଜି ତରଫରୁ କ୍ରିସମସ ଉପଲକ୍ଷେ କଣ୍ଟାବାଞ୍ଜି ସବଜେଲ ପରିସରରେ ସ୍ଵତନ୍ତ୍ର ଭାବେ କାର୍ୟ୍ଯକ୍ରମ ଅନୁଷ୍ଠିତ ହୋଇଥିଲା। କଣ୍ଟାବାଞ୍ଜି ସବଜେଲର ବିକାଶ ଲତା ବାରୁଙ୍କ ସଭାପତିତ୍ୱରେ କ୍ରିସମସ ଉତ୍ସବ ପାଳନ କରାଯାଇଛି।ଜେଏମଜେ ସ୍କୁଲର ଅଧ୍ୟକ୍ଷ ଏସ ଆର କିରଣ, ପ୍ରମୁଖ ଏସ ଆର ରାନୀ, ଶର୍ମିଳା, ସରୋଜନୀ, ସହିତ ଅନ୍ୟ ମାନେ ଉପସ୍ଥିତ ରହିଥିଲେ। ଜେଲ ପରିସରରେ ପ୍ରାର୍ଥନା କରା ଯାଇଥିଲା ଏବଂ ଅନ୍ତବାସୀମାନଙ୍କୁ ମିଠା, ଅନ୍ୟ ଖାଦ୍ୟ ସାମଗ୍ରୀର ବଣ୍ଟନ କରା ଯାଇଥିଲା ଏବଂ ଅନ୍ତବାସୀମାନେ ପ୍ରଭୁ ଯୀଶୁଙ୍କ ପ୍ରେରଣାକୁ ଅନୁଗ୍ରହ କରି ଜୀଵନରେ ଭଲ କାମ କରିବା ପାଇଁ ଶପଥ ନେଇଥିଲେ।
Popular Categories



