www.samajalive.in
Sunday, December 14, 2025
23.1 C
Bhubaneswar

କଣ୍ଟାବାଞ୍ଜି ସହର ପାଇଁ ୨.୫ କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତାବିତ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ସହର ପାଇଁ ୨ କୋଟି ୫୦ ଲକ୍ଷ ଟଙ୍କା ବିଭିନ୍ନ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବିତ କରିଛନ୍ତି। ଏନେଇ କଣ୍ଟାବାଞ୍ଜି ବିଜେଡି କାର୍ଯ୍ୟଳୟରେ ବିଜେଡି ନେତା ଅଜୟ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସହରର ଉନ୍ନତିକରଣ ପାଇଁ ସମୁଦାୟ ୨୨ଟି ପ୍ରକଳ୍ପ ପାଇଁ ୨ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ପ୍ରକଳ୍ପ ମଧ୍ୟରେ ୧୫ ଲକ୍ଷରେ ୨ଟି କ୍ଷୁଦ୍ର ଉଦ୍ୟାନ, ୬୭ ଲକ୍ଷରେ ୭ଟି ପବ୍ଲିକ ଜିମ, ୧୫ ଲକ୍ଷରେ ୨ଟି ଶିଶୁ କ୍ରୀଡା ଉଦ୍ୟାନ, ୧କୋଟି ୫ ଲକ୍ଷରେ ୭ଟି ପାଦଚଲା ରାସ୍ତା, ୧୪ ଲକ୍ଷରେ ୪ଟି ଶୌଚାଳୟ, ୩୪ ଲକ୍ଷରେ ଗୋଟିଏ ଭେଣ୍ଡିଙ୍ଗ ଜୋନ ଭଳି ପ୍ରକଳ୍ପ ରହିଛି ଯାହା କଣ୍ଟାବାଞ୍ଜି ଜନସାଧାରଣଙ୍କ କାମରେ ଆସିବ।

କଣ୍ଟାବାଞ୍ଜି ସହରବାସୀଙ୍କ ପାଇଁ ଏକ ପ୍ରକାର ନୂଆବର୍ଷ ଭେଟି ଦେଇଥିବାରୁ ବିଜେଡି ନେତା ଅଜୟ ଦାସ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ ଧନ୍ୟବାଦ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଯୁବ ସମ୍ପାଦକ ଶାନ୍ତନୁ ବେହେରା, ନଗର କାର୍ଯ୍ୟକାରୀ ସଭାପତି ଦେବାର ବାରିକ , ଜିଲ୍ଲା ଯୁବ ସାଧାରଣ ସମ୍ପାଦକ ଦେବରାଜ ଯାଦବ , ମହିଳା ଜିଲ୍ଲା ସାଧାରଣ ସମ୍ପାଦିକା ପିଙ୍କି ଖରସେଲ, ନଗର ମହିଳା କାର୍ଯ୍ୟକାରୀ ସଭାନେତ୍ରୀ ସସ୍ମିତା ଦଣ୍ଡସେନା, ବିଜେଡି କର୍ମକର୍ତା ପ୍ରମୋଦ କର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଜର୍ମାନୀ...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories