www.samajalive.in
Sunday, December 14, 2025
18.1 C
Bhubaneswar

ଛେଳିଗଡ଼ ଜଳସେଚନ ପ୍ରକଳ୍ପ ଅନୁଧ୍ୟାନ କଲେ ଜିଲ୍ଲାପାଳ, ବିସ୍ଥାପିତଙ୍କ ସହ ଆଲୋଚନା

ଆର.ଉଦୟଗିରି: ଗଜପତି ଜିଲାପାଳ ଲିଙ୍ଗରାଜ ପଣ୍ଡା ଆଜି ଦିନିକିଆ ଆର. ଉଦୟଗିରି ବ୍ଲକ ଗସ୍ତରେ ଆସି ବ୍ଲକ ଅନୁଦାନରେ ନିର୍ମିତ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ କରିଥିବା ବେଳେ ଆଜି ଜିଲାପାଳ ଶ୍ରୀ ପଣ୍ଡା ସ୍ଥାନୀୟ ଅଂଚଳର ଉନ୍ନତି ସହ ବିକାଶ ଦିଗରେ କାର୍ଯ୍ୟ ଚାଲୁଥିବା ଛେଳିଗଡ଼ ଜଳସେଚନ ପ୍ରକଳ୍ପ ମଧ୍ୟ ତଦାରଖ କରି ବିଭାଗୀୟ ଅଧିକାରୀ ଏବଂ ଅଂଚଳବାସୀଙ୍କ ସମେତ ବିସ୍ଥାପିତଙ୍କ ସହ ଆଲୋଚନା କରିଥିଲେ।

ଜିଲାପାଳ ଏହି ଗସ୍ତ ଅବସରରେ ପ୍ରକଳ୍ପ ମଧ୍ୟରେ ବିସ୍ଥାପିତ କଲୋନୀ ମଧ୍ୟରେ ବିଦ୍ୟାଧରପୁର ଠାରେ ଯାଇ ଲୋକଙ୍କ ଅଭାବ ଅସୁବିଧା ପଚାରି ବୁଝିଥିଲେ। ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ସେଠାରେ ପ୍ରକଳ୍ପର ଅଧିକ୍ଷଣ ଯନ୍ତ୍ରୀ ଇଂ. ନଗେନ୍ଦ୍ର ନାଥ ମହାରଣା, ଜମି ଅଧିଗ୍ରହଣ ଅଧିକାରୀ ରାଜେନ୍ଦ୍ର ରଣଜିତ, ଯନ୍ତ୍ରୀ ଦେବାଶିଷ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ବିସ୍ଥାପିତଙ୍କ ନିମନ୍ତେ ପ୍ରକଳ୍ପ ମଧ୍ୟରେ ପକ୍କା ରାସ୍ତା, ସଂଯୋଗୀକରଣ ରାସ୍ତା ଓ ଡ୍ରେନ, ଗୋଷ୍ଠି କେନ୍ଦ୍ର ଓ ଚର୍ଚ୍ଚର ଭିତିପ୍ରସ୍ତର ସ୍ଥାପନ କରିଥିଲେ ଜିଲ୍ଲାପାଳ। ଜିଲାପାଳ ଶ୍ରୀ ପଣ୍ଡା ଅଂଚଳ ବାସୀ ଏବଂ ବିସ୍ଥାପିତଙ୍କ ଜୀବନ ଜୀବକାର ମାନଦଣ୍ଡ ବୃଦ୍ଧି ନିମନ୍ତେ ଅଧିକାରୀଙ୍କୁ ଯୋଜନା ପ୍ରସ୍ତୁତ ସହ ଲୋକଙ୍କ ଆମ୍ବ, କମଳା, ସପୁରୀ ସହ ଲାଭ ଦାୟକ ଫସଲ କରି ବ୍ୟବସାୟ ନିମନ୍ତେ କ୍ଷେତ୍ର ପ୍ରସ୍ତୁତ କରିବାକୁ ନିର୍ଦେଶ ଦେଇଥିଲେ। ଜିଲାପାଳ ବିସ୍ଥାପିତଙ୍କୁ ଯଥାଶୀଘ୍ର ଗୃହ ନିର୍ମାଣ ପାଇଁ କହିବା ବେଳେ ବିସ୍ଥାପିତ ବ୍ୟକ୍ତି ଖ୍ରୀଷ୍ଟ ମାସ ପରେ ବାସଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବେ ବୋଲି ଜିଲାପାଳଙ୍କୁ କହିଥିଲେ। ଜିଲାପାଳ ଲୋକଙ୍କ ସହ ଆଲୋଚନା କରିବା ସହ ପ୍ରକଳ୍ପ କାର୍ଯ୍ୟକୁ ନେଇ ସନ୍ତୋଷ ପ୍ରକାଶ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories