www.samajalive.in
Sunday, December 7, 2025
23.1 C
Bhubaneswar

ସୁନୀଲ ସାହୁଙ୍କ ଇଂରାଜୀ କବିତା ଉଚ୍ଚ ପ୍ରଶଂସିତ

କଣ୍ଟାବାଞ୍ଜି: ପଶ୍ଚିମ ଓଡ଼ିଶାର ଉଦୀୟମାନ ଇଂରାଜୀ ସାଲିଫର ଯୁବକବି ସୁନୀଲ ସାହୁଙ୍କ ଇଂରାଜୀ କବିତା ‘ ନିଉ ବ୍ରାଇଡ ‘ ହେଭେନ୍ସ ଆନ୍ତର୍ଜାତୀୟ କବିତା ଗ୍ରୁପର ହେଭେନ୍ସ ଉଇକଲି ଚଏସରେ ସ୍ଥାନୀତ ହୋଇଛି।ଏହି ଗ୍ରୁପର ଏଡମିନ ସାଇ ପ୍ରକାଶ ଉଚ୍ଚ ପ୍ରଶଂସା କରିବା ସହିତ  କବିତାଟି ଫୁନୁନ ଏ ଜେଡଙ୍କ ଦ୍ୱାରା  ଫୁନୁନ ଏ ଜେଡ ବ୍ଳଗ ସ୍ପଟ ଡଟ କମରେ ପ୍ରକାଶିତ କରାଯାଇଛି।ସାହିତ୍ୟରେ ରୁଚି ରଖୁଥିବା ଶ୍ରୀ ସାହୁ ତୁରେକେଲା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ବିଆରଟି ଭାବରେ କାର୍ଯ୍ୟ କରୁଛନ୍ତି। ତାଙ୍କର ଅମାୟିକ ବ୍ୟବହାର ଓ ମିଷ୍ଟଭାଷୀତା ଯୋଗୁଁ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଛନ୍ତି।ଏହି ସଫଳତା ପାଇଁ ସହକର୍ମୀଗଣ, କଣ୍ଟାବାଞ୍ଜିର ଅଗ୍ରଣୀ ସାରସ୍ଵତ ଅନୁଷ୍ଠାନ ନିର୍ଝରିଣୀର ସମ୍ପାଦକ ବିରଞ୍ଚି ନାରାୟଣ ଦାଶଙ୍କ ସମେତ ସାହିତ୍ୟ ପ୍ରେମୀ ସାଧୁବାଦ ଜଣାଇବା ସହିତ ତାଙ୍କର ଉତ୍ତରୋତ୍ତର କାମନା କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories