www.samajalive.in
Monday, December 15, 2025
15.1 C
Bhubaneswar

ତୁରେକେଲା ବ୍ଲକରେ ଦ୍ୱିତୀୟ ପର୍ଯ୍ୟାୟ ସୁନେତ୍ର ଶିବିର

କଣ୍ଟାବାଞ୍ଜି: ତୁରେକେଲା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ତୁରେକେଲାଠାରେ ଛାତ୍ରଛାତ୍ରୀଙ୍କର ଦ୍ୱିତୀୟ ପର୍ଯ୍ୟାୟ ଆଖି ପରୀକ୍ଷା ପାଇଁ ବ୍ଲକସ୍ତରୀୟ ସୁନେତ୍ର ଶିବିର ଅନୁଷ୍ଠିତ ହୋଇଯାଇଛି। ସୁରେନ୍ଦ୍ର କୁମାର ପୁରୋହିତ, ଗୋଷ୍ଠୀ ଶିକ୍ଷା ଅଧିକାରୀ ତୁରେକେଲାଙ୍କ ତତ୍ତ୍ୱାବଧାନରେ ଶିବିରର ଉଦଘାଟନୀ ଉତ୍ସବରେ ଫକୀର ଚରଣ ବିଶି, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସଭାପତିତ୍ୱରେ ଡ.ସ୍ୱ।ଗତ ଖମାରୀ, ଚିକିତ୍ସା ଅଧିକାରୀ, ତୁରେକେଲା, ଡ.ଜୟନ୍ତ କୁମାର ପଟେଲ, ଟି ରାଜେନ୍ଦ୍ର ପାତ୍ର, ମାନସ କୁମାର ପାଢ଼ୀ, ତୁଳସୀ ରାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ତୁରେକେଲା କ୍ଲଷ୍ଟର ସଂଯୋଜକ ବିରଞ୍ଚି ନାରାୟଣ ଦାଶ ସଭା ପରିଚାଳନା ଓ ବିଆରଟି ସୁନୀଲ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ପୂର୍ବରୁ ୨୬୮ଜଣ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ସ୍ତରରେ ଚିହ୍ନଟ କରାଯାଇଥିଲା। ପୁନର୍ବାର ଆଜି ଶିବିରରେ ୨୧୫ଜଣ ଛାତ୍ରଛାତ୍ରୀଙ୍କର ପରୀକ୍ଷା କରାଯାଇଛି। ସେମାନଙ୍କ ମଧ୍ୟରୁ ୪୪ଜଣଙ୍କୁ ଚଷମା ପ୍ରଦାନ କରିବା ପାଇଁ ଚିହ୍ନଟ କରାଯାଇଛି ଏବଂ ୬ଜଣଙ୍କୁ ବଡ ଡାକ୍ତରଖାନାକୁ ରେଫର କରାଯାଇଛି। ଏହି ଶିବିରକୁ ସଫଳ ରୂପାୟନ ଦେବାରେ ଶଙ୍କର ନାଗ, ପ୍ରଧାନ ଶିକ୍ଷକ, ବିଆରଟି ଜ୍ୟୋତିବିକାଶ ବାରିକ, କ୍ଳଷ୍ଟର ସଂଯୋଜକ ପ୍ରେମରାଜ ପାଣିଗ୍ରାହୀ, ଧନସିଂ ମାଝୀ, ଘନଶ୍ୟାମ ଶବର, କୃତିବାସ ବରିହା, ମୋହନ ବରିହା, ଗୁରୁପ୍ରସାଦ ଛତ୍ରିଆ, ଶିକ୍ଷକ କିଶୋର ବରିହା, ଅଲେଖ ବନଗୋଲା, ଶ୍ରୀକାନ୍ତ ବାଗ, ତୁଳାରାମ ଭୋଇ, ରଜନୀ ମେହେର, ଦେବେନ୍ଦ୍ର ଭୋଇ, ଧର୍ମବନ୍ତୀ ପୁଟାଙ୍କ ସମେତ ପ୍ରତ୍ୟେକ ବିଦ୍ୟାଳୟରୁ ଆସିଥିବା ଗାଇଡ ଶିକ୍ଷକ ଓ ଅଭିଭାବକବୃନ୍ଦ ସହଯୋଗ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories