www.samajalive.in
Saturday, December 6, 2025
26.1 C
Bhubaneswar

ମହୁଲପାଟି ଗାଁରେ ବନ ମହୋତ୍ସବ ପାଳିତ

କଂଟାବାଞ୍ଜି : କଣ୍ଟାବାଞ୍ଜି ରେଞ୍ଜ ଅନ୍ତର୍ଗତ ମହୁଲପାଟି ଗାଁରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଣ୍ଟାବାଞ୍ଜିରେଞ୍ଜର ଶ୍ରାଦ୍ଧଦେବ ବଡ଼ମାଳୀ  ପ୍ରତେକ୍ଷତତ୍ୱାବଧାନ ଏବଂ  ମହୁଲପାଟି ଫରେଷ୍ଟର  ଆବାହକତ୍ୱ ରେ ଅନୁଷ୍ଠିତ  କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ୧୧ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ କୌଶିକ ମେହେର, ସମ୍ମାନିତ ଅତିଥି ଭାବେ ତୁରେକେଲା ସରପଞ୍ଚ ସଂଘ ସଭାପତି ଜଲନ୍ଧର ମହାକୁଡ, ମହୁଲପାଟି ସରପଞ୍ଚ ସଂଜୀବ ସାହୁ, ତୁରେକେଲା ଥାନାଭାରପ୍ରାପ୍ତ  ଅଧିକାରି ପ୍ରଣୟ ମୁୁର୍ମୁ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣକାର୍ଯ୍ୟ କ୍ରମରେ ଯୋଗଦେଇ ଥିଲେ । ଏହି ଅବସରରେ ଉପସ୍ଥିତ ଥିବା ଅତିଥିଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇଥିଲା । ମହୁଲପାଟି ଫରେଷ୍ଟର ନୃତ୍ୟମଣୀ ମହାନନ୍ଦ, ଢୋଲମାଣ୍ଡଳ ଫରେଷ୍ଟର ଘନଶ୍ୟାମ ପଶାୟତ, ତୁରେକେଲା ଫରେଷ୍ଟର ପ୍ରଦୀପ କୁମାର ସାହୁ, ଫରେଷ୍ଟ ଗାର୍ଡ ରିତାଞ୍ଜଳୀ ନିଆଲ, ଚନ୍ଦ୍ରକାନ୍ତି ସୁନା, ଅଜିତ ବେହେରା, ଧରିତ୍ରୀ ବାରିକ,ପାରା  ଗାର୍ଡ ଖେଡୁ ପ୍ରଧାନ, କପିଳ ମାଝିପ୍ରମୁଖ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସହଯୋଗ କରି ଥିଲେ। ଆଗକୁ ମଧ୍ୟ ଏଭଳି ବନ ମହୋତ୍ସବ କାର୍ଯ୍ୟକ୍ରମ ଜାରି ରହିବା ଏବଂ ବୃକ୍ଷ ରୋପଣ କରାଯିବ ବୋଲି ରେଞ୍ଜର ବଡ଼ମାଳୀ ପ୍ରକାଶ କହିଥିଲେ ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories