ପାଟଣା : କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଖୁଣ୍ଟାପଡ଼ା ପଞ୍ଚାୟତ ଚାତରପାଣି ଗ୍ରାମର ବରବେଡା ସାହି ଏବଂ ଦୁବେଇପେଣ୍ଠ ଗ୍ରାମର ନୂଆ ସାହିର ମହିଳାମାନେ ମିଳିତ ଭାବେ ଗ୍ରାମ ନିକଟରୁ ଚୋରା ମହୁଲି ମଦ ଉଦ୍ଧାର କରି ଚାଲି ଚାଲି ସାହାରପଡା ତହସିଲ ସମ୍ମୁଖରେ ପହଞ୍ଚି ଧାରଣାରେ ବସିଥିଲେ। ତେବେ ସେହି ଗ୍ରାମର ମହିଳାମାନେ ପୂର୍ବରୁ ଥାନା ଏବଂ ଅବକାରୀ ଥାନାରେ ବହୁ ବାର ଅଭିଯୋଗ କରିଛନ୍ତି। ହେଲେ କୌଣସି ଅଧିକାରୀ କର୍ଣ୍ଣପାତ ନକରିବାରୁ ସୋମବାର ଶତାଧିକ ମହିଳା ଏକତ୍ରିତ ହୋଇ ଏକ ପଦଯାତ୍ରା ମାଧ୍ୟମରେ ତହସିଲ କାର୍ଯ୍ୟାଳୟ ପହଞ୍ଚି ତହସିଲଦାର ବାବାଜୀ ଚରଣ ସିଂଙ୍କୁ ଏକ ଲିଖିତ ଅଭିଯୋଗ ଦେଇଥିଲେ। ଏଥିସହ ମୁଖ୍ୟ ଫାଟକ ସମ୍ମୁଖରେ ଦୀର୍ଘ ସମୟ ଧାରଣା ଦେଇଥିଲେ। ତେବେ ମହିଳାମାନଙ୍କୁ ତହସିଲଦାର ଚୋରା ମଦ କାରବାରରେ ଲିପ୍ତ ଥିବା ବେପାରୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିବାରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା। ପରେ ତହସିଲଦାର ବାବାଜୀ ଚରଣ ସିଂ ଏବଂ ଫାଣ୍ଡି ଏଏସଆଇ ଶିବ ପ୍ରସାଦ ଆଇଚ ଗ୍ରାମକୁ ଯାଇଥିବା ସୂଚନା ମିଳିଛି।
Popular Categories



